Search
Close this search box.

ଉଦ୍ଧାର ହେଲା ଲୁଟ ପିକଅପ ଦୁଇ ଗିରଫ

ଉଦ୍ଧାର ହେଲା ଲୁଟ ପିକଅପ ଦୁଇ ଗିରଫ
ବାଲିଚନ୍ଦ୍ରପୁର ତା ୨/୭=ବାଲିଚନ୍ଦ୍ରପୁର ଥାନା ଆରକ୍ଷୀ ନିରକ୍ଷକ ସମରଜିତ ନାୟକ ଙ୍କ ତ୍ବରିତ ପଦକ୍ଷେପ ଫଳରେ ଦୁଇ ଆସାମି ଗିରଫ ହେବା ସହ ଲୁଟ ହୋଇଥିବା ପିକଅପ ଭ୍ଯାନ ଟିକୁ ଉଦ୍ଧାର କରାଯାଇ ପାରିଛି। ସମ୍ପୂର୍ଣ୍ଣ ବିବରଣୀ ଅନୁଯାୟୀ ଅଡଶପୁର ସ୍ଥିତ ଉତ୍କଳ ଫିଡସ ର ପରିଚାଳକ ସଲିଲ ରଞ୍ଜନ ବେହେରା କମ୍ପାନୀର OD 02 DA 3993 ନମ୍ବର ପିକ ଅପ ଭ୍ଯାନରେ କୁକୁଡା ଛୁଆ ଓ ଦାନା ବୋଝେଇ କରି ଧାନମଣ୍ଡଲ ର ସୌମ୍ୟରଞ୍ଜନ ନାଏକ ଙ୍କ କୁକୂଡା ଫାର୍ମ ରେ ଖଲାସ କରିବା ପାଇଁ ଯାଉଥିଲେ। ବାଟରେ ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ଓଳାଶୁଣି ଗୁମ୍ଫା ରାସ୍ତା ରେ OD 18 H 4613 ନମ୍ବର ବିଶିଷ୍ଟ କାର ପଛପଟୁ ଆସି ପିକଅପ ଭ୍ଯାନକୁ ଅତିକ୍ରମ କରି ସାମନା ରେ ଗାଡି ରଖି ଦୁଈ ଯୁବକ କାର ରୁ ଓଲ୍ହାଇ ଭ୍ଯାନକୁ ଅଟକାଇ ୧୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ସଲିଲ ଚାନ୍ଦା ଦେବାକୁ ମନା କରିବାରୁ ଆସାମୀ ଦ୍ୱୟ ସଲିଲ କୁ ଗାଡ଼ି ଭିତରୁ ଭିଡିଆଣି ମୁଥ ଓ ଗୋଇଠା ମାରି ତାଙ୍କ ଠାରୁ ପିକଅପ ଗାଡି ଛଡାଇ ନେଇଯାଇଥିଲେ। ସଲିଲ ବେହେରା ବାଲିଚନ୍ଦ୍ରପୁର ଥାନା ରେ ଅଭିଯୋଗ କରିବା ପରେ ତତକ୍ଷଣାତ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଛାନଭିନ୍ କରି ଏଥିରେ ସଂପୃକ୍ତ ଲଲିତଗିରି ଗ୍ରାମର ଦିପକ କୁମାର ନାଏକ ଓ ଲକ୍ଷ୍ମୀନାରାୟଣ ପୂର ଗ୍ରାମ ର ରଞନ କୁମାର ପ୍ରଧାନ ଙ୍କୁ ଗିରଫ କରିବାସହ ଲୁଟ ଗାଡ଼ି ଉଦ୍ଧାର କରିବା ରେ ସକ୍ଷମ ହୋଇଥିଲେ। ଉଦ୍ଧାର ଗାଡିରେ ଥିବା କୁକୁଡା ଛୁଆ ମଧ୍ୟରୁ ୧୦୪୦ କୁକୁଡାଛୁଆ କମ୍ ଥିବା ର ଉଦ୍ଧାର ସମୟରେ ଜଣାପଡିଥିଲା। ଏ ସଂକ୍ରାନ୍ତରେ ବାଲିଚନ୍ଦ୍ରପୁର ଥାନା କେସ୍ ନଂ ୧୭୯/୨୦୨୫ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଥିତ ତଦନ୍ତକାରୀ ଅଧିକାରୀ ପ୍ରଦିପ କୁମାର ସେଠୀ ଓ ଆରକ୍ଷୀ ନିରକ୍ଷକ ସମରଜିତ ନାୟକ ସାମ୍ବାଦିକ ସମ୍ମିଳନୀ ସୁଚନା ଦେଇଛନ୍ତି।

Leave a Comment

Read More