: ମା ଲକ୍ଷ୍ମୀ କୋପରେ ଆସି ରଥକୁ ଭାଙ୍ଗିଲେ ଆଙ୍କର: ପବିତ୍ର ରଥଯାତ୍ରାରେ ଶ୍ରୀଜଗନ୍ନାଥ ସାଙ୍ଗରେ ଭାଇ ବଳଭଦ୍ର , ସୁଦର୍ଶନ ଚକ୍ର ବଂ ଭଉଣୀ ସୁଭଦ୍ରା କୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘେନି ମାଉସୀ ମା ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିବାରୁ ମା ଲକ୍ଷ୍ମୀ ଠାକୁରାଣୀ କୋପ ହୋଇ ଶ୍ରୀପଞ୍ଚମୀରେ ମାଉସୀମା ମନ୍ଦିରବେଡା କୁ ଆସି ରଥଭାଙ୍ଗି ଥାଆନ୍ତି l ଏହା ପୁରାଣ ସମ୍ପନ୍ନ ଓ ଲୋକକଥାର ଅନନ୍ଯ ଚିନ୍ତାଧାରା ଉପରେ ପର୍ଯ୍ଯବେସିତ l ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ପବିତ୍ର ରଥଯାତ୍ରା ରେ ଶ୍ରୀ ପଞ୍ଚମୀ ତିଥିରେ ମାଲକ୍ଷ୍ମୀ ଠାକୁରାଣୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ କୋପରେ ଆସି ରଥକୁ ଭାଙ୍ଗିଥିଲେ l ଏହାକୁ ଦେଖିବା ପାଇଁ ଭକ୍ତମାନଙ୍କର ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା l ଏହି ଅବସରରେ ରଥ କମିଟୀ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ଯକ୍ରମ ରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ , ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେବା ସହିତ ଭାରତୀୟ ଜନତା ପାର୍ଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ଏହି ଭାବମୟ ପରିବେଶରେ ସୁମଧୁର ଭଜନସଂନ୍ଧ୍ଯାରେ ସଙ୍ଗୀତ ବିଶାରର୍ଦ୍ଧ ମନ୍ମଥ ମିଶ୍ର ଓ ତାଙ୍କ ସାଥୀ ଦଳ ଆସି ଭଜନ ପରିବେଷଣ କରିଥିଲେ l ଶ୍ରଦ୍ଧାଳୁଗଣ ବହୁ ସଂଖ୍ଯାରେ ଏକତ୍ରିତ ହୋଇ ଭଜନ ମନଭରି ଉପଭୋଗ କରିଥିଲେ l ଲୋକେ ମୀନାବଜାର ଓ ଅଜନ୍ତା ସର୍କସର ମଜା ଉଠାଇ ଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ









