ଓଡିଶା ବ୍ରାହ୍ମଣ ମହାସଂଘ ଆନୁକୂଲ୍ଯରେ ବିଶ୍ବକଲ୍ଯାଣ ମହାଯଜ୍ଞ ଅନୁଷ୍ଠିତ ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଅଧିନସ୍ତ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ପରିସରରେ ଓଡିଶା ବ୍ରାହ୍ମଣ ମହାସଂଘ ବାମନଘାଟୀ ଶାଖା ରାଇରଙ୍ଗପୁର ଆନୁକୂଲ୍ଯରେ ବିଶ୍ବକଲ୍ଯାଣ ମହାଯଜ୍ଞ ଅନୁଷ୍ଠିତ ହେଉଅଛି l ଗତ ୨୭ ତାରିଖ ଅଙ୍କୁରାରୋପଣ, ୨୮ ତାରିଖ ୨୧ଟି କଳସରେ ସ୍ଥାନୀୟ ବଡବନ୍ଧ ଠାରୁ ଜଳଯାତ୍ରା, ଯଜ୍ଞମଣ୍ଡପରେ ଦେବତାମାନଙ୍କୁ ଆବାହନ , ଅଗ୍ନି ସଂଯୋଗୀକରଣ ଏବଂ ଯଜ୍ଞ ଆରମ୍ଭ, ୨୯ ତାରିଖ ଯଜ୍ଞ କର୍ମକାଣ୍ଡ ଓ ବ୍ରତୋପନୟନ ଓ ୩୦ ତାରିଖ ଗୀତା ମହାଯଜ୍ଞ ଏବଂ ପୂର୍ଣ୍ଣାହୁତି ସମ୍ପନ୍ନ ହେବ l ଏଥିରେ ଶ୍ରୀକ୍ଷେତ୍ରପୁରୀ ର ପଣ୍ଡିତଗଣ ଅଭିଷେକ ଶତପଥୀ, ଜଗନ୍ନାଥ ଦାଶ, ଗଜେନ୍ଦ୍ର ବର୍ମା, ଗଣେଶ୍ବର ପାଣ୍ଡେ, ରଞ୍ଜନ ପଣ୍ଡା ତଥା ସ୍ଥାନୀୟ ପଣ୍ଡିତଗଣ ଜନରଂଜନ ଦାଶ ଓ ରବି ନାରାୟଣ ହୋତାଙ୍କ ବେଦମନ୍ତ୍ର ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା ବେଳେ ଯଜ୍ଞବେଦୀରେ କର୍ତ୍ତାକର୍ତ୍ତୀଭାବେ ଈଶ୍ବର ପ୍ରହରାଜ ଓ ସପତ୍ନିକ ବିଶ୍ବଜ୍ଯୋତି ପ୍ରହରାଜ ଉପବେସନ କରି ବିଶ୍ବକଲ୍ଯାଣ ମହାଯଜ୍ଞ କୁ ତ୍ବରାନିତ କରିଥିଲେ l ଏଥିରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁକୁପା ଲାଭ କରିଥିଲେ l ଉକ୍ତ ଆଧ୍ଯାତ୍ମିକ କାର୍ଯ୍ଯକ୍ରମରେ ଓଡିଶା ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖାର ସଭାପତି ଗଣେଶ ମିଶ୍ର, ଉପସଭାପତି ତରୁଣ ନନ୍ଦ, କାର୍ଯ୍ଯକାରୀ ସଭାପତି ଅର୍ଦ୍ଧେନ୍ଦୁ ଶେଖର ରଥ, ସମ୍ପାଦକ କ୍ରିଷ୍ଣା ଶର୍ମା, କୋଷାଧକ୍ଷ ଜୟକୁଷ୍ଣ ଦାଶ ତଥା କାର୍ଯ୍ଯକାରୀ ସଦସ୍ଯଗଣ ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ









