Search
Close this search box.

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଗଣ ବିକ୍ଷୋଭ

: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଗଣ ବିକ୍ଷୋଭ ଆଙ୍କର: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ଯ ସଭାପତି ଅଞ୍ଜନୀ ସୋରେନଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ଜିଲ୍ଲା ଶାଖା ଦଳ ଜିଲ୍ଲା ଉପସଭାପତି ଘନଶ୍ଯାମ ପିଙ୍ଗୁଆଙ୍କ ନେତୁତ୍ବରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ମୁର୍ମୁଛକ ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀ ନିକଟରେ ପୁଷ୍ପମାଲ୍ଯ ଓ ପୂଜାର୍ଚ୍ଚନା କରିବା ପରେ ବିଶାଳ ଶୋଭାଯାତ୍ରାରେ ବାହାରି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚି ଗଣବିକ୍ଷୋଭ କରିଥିଲେ l ଏଥିରେ ମୁଖ୍ଯତଃ ଦୁଇଟି ଦାବୀ ଉପରେ ସ୍ବରଉତ୍ତୋଳନ କରାଯାଇଥିଲା l ଯଥା ୧) ପ୍ରାକୁତିକ ବିପର୍ଯ୍ଯୟ ରେ କ୍ଷତିଗ୍ରସ୍ତ ପ୍ରତ୍ଯେକ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉ ଓ ୨) ବିକାଶ ନାମରେ ପଞ୍ଚମ ଅନୁସୂଚିତ ଅଞ୍ଚଳ ଜମି ରେ ଦୀର୍ଘଦିନରୁ ବସବାସ କରିଆସୁଥିବା ଆଦିବାସୀ ମୂଳବାସୀମାନଙ୍କୁ ଉଛେଦ ବନ୍ଦ କରାଯାଉ l ଏହାପରେ ସେମାନଙ୍କର ଦାବୀପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହଉପଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରିଥିଲେ l ଏହି ବିରାଟ ସମାବେଶରେ ମୟୂରଭଞ୍ଜ ଜିଲ୍ଲ୍ଲା ସଭାପତି କୁଷ୍ଣଚନ୍ଦ୍ର ଦାଶ, ମୟୂରଭଂଜ ଜିଲ୍ଲା ସମ୍ପାଦକ ଶୈଳେନ୍ଦ୍ର ହେମ୍ବ୍ରମ, ଉପସଭାପତି ଦେବବ୍ରତ ହେମ୍ବ୍ରମ,ରାଜ୍ଯ ପ୍ରବକ୍ତା ସୁନୀଲ ମାଝୀ, ରାଜ୍ଯ ସାଧାରଣ ସମ୍ପାଦକ ଦୁବରାଜ ନାଗ, ରାଜ୍ଯ ସମ୍ପାଦକ ସାଲୁ କିସ୍କୁ, ସାଙ୍ଗଠନିକ ସମ୍ପାଦକ ଭୂବନ ଟୁଡୁ , ୩୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯା ମୀନା ସୋରେନ, ୩୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯା ଶୀତଳ କିସ୍କୁ ଓ ୩୪ ନଂ ଜୋନ ଜିଲ୍ଲାପରିଷଦ ସଭ୍ଯା ବିଧୁସ୍ମିତା ଦେଓ ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ବହୁ ସଂଖ୍ଯାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ଓ ଟାଣୁଆ ନେତା ସାମିଲ ହୋଇ କାର୍ଯ୍ଯକ୍ରମକୁ ସଫଳ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More