ଝଲସୁଛି ବାଲିଚନ୍ଦ୍ରପୁର ବଜାର
ଜମୁଛି ଭିଡ
ବାଲିଚନ୍ଦ୍ରପୁର ୧୯/୧୦= ଚଳିତ ଗଜଲକ୍ଷ୍ମୀ ପୂଜା ବୁଧବାରଠାରୁ ଆରମ୍ଭ ହୋଇ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଏହି ଅବସରରେ ବାଲିଚନ୍ଦ୍ରପୁର ବଜାର ଓ ଆଖପାଖ ଗ୍ରାମ ମାନଙ୍କରେ ମାଆ ଗଜଲକ୍ଷ୍ମୀ ଙ୍କ କୋଡିଏ ରୁ ଉର୍ଦ୍ଧ୍ବ ମୂର୍ତ୍ତି ପୂଜା ପାଉଛନ୍ତି। ସଂଧ୍ୟା ସମୟରେ ସମସ୍ତ ପୂଜା ମଣ୍ଡପରେ ହେଉଥିବା ଆଳତୀ ଦର୍ଶନ ଓ ଅନ୍ୟାନ୍ୟ ସାସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଆସୁଥିବା ର ଲକ୍ଷ୍ୟ କରାଯାଉଛି। ପଣ୍ଡା ପରିବା ମାର୍କେଟ ରେ କଲିକତା ଡାକ୍ତରାଣୀ ହତ୍ଯା ଘଟଣା କୁ ଆଧାର କରି ନିର୍ମିତ ହୋଇଥିବା ପ୍ରତିମୂର୍ତ୍ତି ମଣ୍ଡପ ଓ ମିନାବଜାର ଠାରେ ନିତିଦିନିଆ ହରେକ ମାଲ କିଣିବା ପାଇଁ ବହୁ ଭିଡ ହେଉଥିବା ର ଦେଖିବାକୁ ମିଳୁଛି। ବଜାର କମିଟି ର ଅୟୋଜକ ମାନେ ଏଗାର ଦିନ ଧରି ଚାଲିବାକୁ ଥିବା ଏହି ପୂଜା କାର୍ଯ୍ୟକ୍ରମ ରେ ମେଲୋଡି, ଭଜନ ସଂଧ୍ୟା, ଡ୍ଯାନ୍ସ ଡ୍ଯାନ୍ସ କାର୍ଯକ୍ରମ ଅୟୋଜନ କରିଥିବା ରୁ ଆଗାମୀ ଦିନରେ ଭିଡ ଆହୁରି ବଢିବା ର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନ ପାରେ। ମିନାବଜାର ଓ ପୂଜା ମଣ୍ଡପ, ଓ ଭିଡ ନିୟନ୍ତ୍ରଣ ପାଇଁ ବାଲିଚନ୍ଦ୍ରପୁର ଥାନା ଆରକ୍ଷୀ ନିରକ୍ଷକ ସମରଜିତ ନାୟକ ସ୍ବତନ୍ତ୍ର ଧ୍ୟାନ ଦେଇ ଅଧିକ ସୁରକ୍ଷା ବଳ ନିଯୁକ୍ତି କରିଥିବା ଲକ୍ଷ କରାଯାଇଛି ଯାହାକି ଜନସାଧାରଣ ଙ୍କ ଧନ ଜୀବନ ରକ୍ଷା କରିବା ରେ ସହାୟକ ହେଉଥିବା ରୁ ସାଧାରଣ ରେ ପୋଲିସ ପ୍ରତି ଯଥେଷ୍ଟ ସମ୍ମାନ ବୃଦ୍ଧି କରିଛି। ଆହୁରିମଧ୍ୟ ପକେଟ୍ ମାର ପ୍ରତି ଯଥେଷ୍ଠ ଧ୍ଯାନ ଦେବା ପାଇଁ ପୋଲିସ ପକ୍ଷରୁ ଜନଗହଳି ସ୍ଥାନ ମାନଙ୍କରେ ସାଧାପୋଷାକଧାରୀ ସୁରକ୍ଷା ବଳ ନିଯୁକ୍ତି କରାଯାଇଥିବା କଥା ଆରକ୍ଷୀ ନିରକ୍ଷକ ନାୟକ ସୁଚନା ଦେଇଛନ୍ତି।









