Search
Close this search box.

ଜିଲ୍ଲା ଓଷ୍ଠା ସଙ୍ଗର ସାମ୍ବିଧାନିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ଓଷ୍ଠା ସଙ୍ଗର ସାମ୍ବିଧାନିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର :- ମୟୁରଭଞ୍ଜ ଜିଲ୍ଲା (2)ବାମନଘାଟି ଓ ପାଞ୍ଚପୀଡ଼ ପାଇଁ ଓଷ୍ଠା ଶିକ୍ଷକ ସଙ୍ଘ ପକ୍ଷରୁ ସାମ୍ବିଧାନିକ ବୈଠକ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ମନୋରଞ୍ଜନ ରାଉତଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ହେରମ୍ବ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା I ବିଶେଷ କରି ଏହି ସମ୍ମିଳନୀ ତିନି ବର୍ଷରେ ଥରେ କରାଯାଇ ବିଭିନ୍ନ କର୍ମକର୍ତାମାନଙ୍କ ନିର୍ବାଚନ / ମନୋନୀତ କରାଯାଇଥାଏ I ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଠା ସଂଘର ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ ଶିକ୍ଷକମାନଙ୍କ ପାଇଁ ରାଜ୍ୟ ସଙ୍ଘ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେI ସମ୍ମାନୀୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବଳଦେବ ଗିରି, ନବ କିଶୋର ମହାନ୍ତ, ଅଭିମନ୍ୟୁ ମହାନ୍ତ,ସୁବଳ ଦାସ ମହାପାତ୍ର,ଭାଗ୍ୟବାନ ମହାନ୍ତ, ପ୍ରଧାନ ଶିକ୍ଷକ ରାଧାକାନ୍ତ ମହାରଣା ପ୍ରମୁଖ ମତ ଉପସ୍ଥାପନ କରିଥିଲେI ପ୍ରାରମ୍ଭରେ ଜିଲ୍ଲା ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ସ୍ୱାଗତ ଅଭିଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ I ଏଥିରେ ୧୨ ଟି ବ୍ଲକର କାର୍ଯ୍ୟକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ Iକାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ଦୁର୍ଯ୍ୟୋଧନ ବେହେରା ସଂଯୋଜନା କରିଥିଲା ବେଳେ ବହଳଦା ସମ୍ପାଦକ ସ୍ମୃତି ରଞ୍ଜନ ପାଣି ଧନ୍ୟବାଦ ପ୍ରଦାନ କରିଥିଲେ Iଏଥିରେ ରାଜ କୁମାର ବେହେରା,ଧନେଶ୍ୱର ମହାନ୍ତ,ଶରତ ଚନ୍ଦ୍ର ଗିରି,ଦିଲ୍ଲୀପ କୁମାର ମହାନ୍ତ,ଶୈଳ କୁମାର ବାରିକ,ରଜତ କୁମାର ମହାନ୍ତ, ପ୍ରଶାନ୍ତ କୁମାର ବେହେରା, ଦୁଷ୍ମନ୍ତ କୁମାର ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ I ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More

Verified by MonsterInsights