ବାଲିଚନ୍ଦ୍ରପୁର ପ୍ରେସକ୍ଲବ ପକ୍ଷରୁ ପାର୍ବଣ ରେ ବନ୍ଧୁ ମିଳନ
ବନ୍ଧୁମିଳନ ଭାଇଚାରା କୁ ସୁଦୃଢ କରିଥାଏ
ବାଲିଚନ୍ଦ୍ରପୁର ତା ୧୭/୧୦=ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ପତରାଜପୁର ଆୟୁର୍ବେଦିକ ନ୍ଯୁଟ୍ରୀସନ ସେଣ୍ଟର ପରିସରରେ ବାଲିଚନ୍ଦ୍ରପୁର ପ୍ରେସକ୍ଲବ ର ପାର୍ବଣ ବନ୍ଧୁ ମିଳନ ଗତକାଲି ସନ୍ଧ୍ୟାରେ ସଭାପତି ଜୟନ୍ତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶାରଦୀୟ ପାର୍ବଣ ଅବସରରେ ଜିଲ୍ଲା ତଥା ରାଜ୍ୟ ର ବରିଷ୍ଠ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯିବା ସଂଗେ ସଂଗେ ଏକ ସୁନ୍ଦର ଭାତୃତ୍ବ ଭାବ ସୃଷ୍ଟି ର ଆହ୍ଵାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ସାମ୍ବାଦିକ ଯୁନିଅନ ଜିଲ୍ଲା ସଭାପତି ଆଦିତ୍ୟ ମେକାପ ଯୋଗ ଦେଇ ପାର୍ବଣ ର ବନ୍ଧୁ ମିଳନ ସମ୍ପର୍କ କୁ ଅଧିକ ସୁଦୃଢ ଓ ମଜବୁତ୍ କରିଥାଏ ବୋଲି କହିଥିଲେ। ବାଲିଚନ୍ଦ୍ରପୁର ପ୍ରେସକ୍ଲବ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲା ତଥା ରାଜ୍ୟ ର ଅନ୍ଯାନ୍ଯ ସାମ୍ବାଦିକ ବନ୍ଧୁ ମାନଙ୍କୁ ଭାଇଚାରା ରେ ବାନ୍ଧି ରଖିବା ପାଇଁ ପ୍ରେରିତ କରୁଛି। ମୂଖ୍ୟ ବକ୍ତା ଭାବେ ଓଡିଶା ସାମ୍ବାଦିକ ଯୁନିଅନ ଜାତୀୟ କାର୍ଯ୍ଯ କାରିଣୀ ସଦସ୍ୟ ଅଭୟ ପତି ଯୋଗଦେଇ ସମାଜର ଜାଗ୍ରତ ପ୍ରହରୀ ଭାବେ ପରିଗଣିତ ସାମ୍ବାଦିକ ମାନେ ଏକ ସୁତ୍ରରେ ବାନ୍ଧି ହୋଇ କାର୍ଯ୍ୟକ୍ରମ ମାନ ହାତକୁ ନେଲେ ସମାଜର ମଙ୍ଗଳ ସାଧିତ ହେବ। ପ୍ରେସକ୍ଲବ ର ସମ୍ପାଦକ ଏକାଦଶୀ ସେଠୀ ବାର୍ଷିକ ବିବରଣୀ ପାଠ ସହିତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ସଂଜିତ ସାମଲ, ପ୍ରତାପ ସେନାପତି, ଅନିଲ କୁମାର ରାଉତ ରାୟ, ନିବାରଣ ସାହୁ, ସତ୍ଯବ୍ରତ ସିଂହ, ବିଶ୍ୱଜିତ ସେନ ପ୍ରମୁଖ, ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବାଲିଚନ୍ଦ୍ରପୁର ଅଞ୍ଚଳର ସାମ୍ବାଦିକ ଅଜୟ ଦାସ, ପ୍ରଫୁଲ୍ଲ ପଣ୍ଡା, ସୁମନ୍ତ ଜେନା,ସମେତ ବହୁ ସାମ୍ବାଦିକ ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ରେ ଯୋଗଦାନ କରିଥିଲେ। ପରିଶେଷରେ ବାଲିଚନ୍ଦ୍ରପୁର ପ୍ରେସକ୍ଲବ ର କାର୍ଯ୍ୟକାରୀ ସଭାପତି ଆଲୋକ ପ୍ରଧାନ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।









