Search
Close this search box.

ରାଉରକେଲା ରେ ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା.. କନ୍ଧମାଳ କୁ ମିଳିଲା ତିନି ସ୍ୱର୍ଣ୍ଣ ପଦକ

କନ୍ଧମାଳ : ରାଉରକେଲା ରେ ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା.. କନ୍ଧମାଳ କୁ ମିଳିଲା ତିନି ସ୍ୱର୍ଣ୍ଣ ପଦକ

ରାଉରକେଲା ଦିପିକା ଇଂରାଜୀ ମିଡିୟମ୍ ବିଦ୍ୟାଳୟ ରେ ରାଜ୍ୟ ସ୍ତରୀୟ ଟାଏ କୋଣ୍ଡୋ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି l ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ର କ୍ଵାନ୍ କୀ ଢ଼ୋ ସଂଘ ଅଂଶ ଗ୍ରହଣ କରିଥିଲା l ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କନ୍ଧମାଳ ଜିଲ୍ଲା ର ତିନି ପ୍ରତି ଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ରାଜ୍ୟ ପଦକ ଏବଂ ତିନିଟି ବ୍ରୋଞ୍ଚ ଓ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି l କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଶିଦିଙ୍ଗ ଗ୍ରାମ ର କାର୍ଯ୍ୟରତ ଜଣେ ସରକାରୀ କର୍ମଚାରି କଲ୍ୟାଣି କେଶରୀ ଦିଗାଲ ପ୍ରଥମ ସ୍ତାନ ପାଇଥିବା ବେଳେ ଅଲ୍ଲି୍ୟାନ୍ ପ୍ରଧାନ ଏବଂ ରିଜୟସ ପ୍ରଧାନ ଦୁତୀୟ ସ୍ତାନ ରେ କୃତି ହେଇଥିବା ରୁ ଏହି ତିନି ଜଣଙ୍କୁ ସ୍ୱର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରାଯାଇଛି l ସେହିପରି ରୋji ରାଣୀ ନାୟକ., ରୁଦ୍ର ମାଧବ ପ୍ରଧାନ, ରୌପ୍ୟ ପଦକ ହାସଲ କରିଛନ୍ତି l ହେନା ପ୍ରଧାନ ଦୁଇଟି, ହିମାଂଶୁ ଶେଖର ସାହୁ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଶ୍ଚିମାଞ୍ଚଳ ଡିଆଇଜି ବିଜେସ ରାୟ ଯୋଗ ଦେଇଥିବା ବେଳେ ସାମ୍ନାନିତ ଅତିଥିଭାବେ ପାନୀ ପାଷ ଉପ ଜିଲ୍ଲାପାଳ ବିଜୟ ନାୟକ, ରଘୁନାଥ ପଲ୍ଲାଇ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ l ସଂଘ ର କୋଚ ଶରତ ଚନ୍ଦ୍ର ଦିଗାଲ , ମେନେଜର୍ ଜୁଲି୍ୟାନ୍ ପ୍ରଧାନ ପ୍ରମୁଖ ଏହି ରାଜ୍ୟ ସ୍ତରୀୟ କି ଢ଼ୋ ପ୍ରତି ଯୋଗିତା ରେ ଉପସ୍ତିତ ଥିଲେ l ଏହି ରାଜ୍ୟ ସ୍ତରୀୟ ପ୍ରତି ଯୋଗିତା ରେ କନ୍ଧମାଳ ଜିଲ୍ଲା କୁ ତିନିଟି ସ୍ୱର୍ଣ୍ଣ ପଦକ ହାସଲ କରି ଥିବା ରୁ ପ୍ରତି ଯୋଗୀ କଲ୍ୟାଣି ଦିଗାଲ ଙ୍କୁ କନ୍ଧମାଳ ଜିଲ୍ଲା ବାସି ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହିତ ସୂବେଛା ଜଣେଇଛନ୍ତି l

Leave a Comment

Read More

Verified by MonsterInsights