Search
Close this search box.

ଶଶଧର ଦାସ ଅପୂର୍ବା ପ୍ରବନ୍ଧ ସମ୍ମାନ ପାଇବେ

*ଶଶଧର ଦାସ ଅପୂର୍ବା ପ୍ରବନ୍ଧ ସମ୍ମାନ ପାଇବେ*
ଭଦ୍ରକ ତା ୦୨.୧୦.ରିଖ ; ପ୍ରଫେସର ଡକ୍ଟର ଶଶଧର ଦାସ ଚଳିତ ବର୍ଷର ଅପୂର୍ବା ପ୍ରକାଶନୀ ପ୍ରବନ୍ଧ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୀର୍ଘ ଛବିଶ ବର୍ଷ ଧରି ଓଡ଼ିଶାର ପ୍ରକାଶନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଭୁବନେଶ୍ୱରର ଅପୂର୍ବା ପ୍ରକାଶନୀ ଓ ଅପୂର୍ବା ସାହିତ୍ୟ ପତ୍ରିକାର ଛବିଶ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଭୁବନେଶ୍ଵର ଠାରେ ଏକ ବର୍ଣ୍ଣାଢ୍ଯ ସାରସ୍ବତ ସମାରୋହରେ ଆସନ୍ତା ଅକ୍ଟୋବର ପାଞ୍ଚ ତାରିଖ ଦିନ ଡ଼ଃ ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଓଡ଼ିଆ ସାହିତ୍ୟର ଗବେଷଣାତ୍ମକ ପ୍ରବନ୍ଧ ଏବଂ ସମାଲୋଚନାମୂଳକ ଲେଖାର ଉତ୍କର୍ଷତା ପାଇଁ ଡ଼ଃ ଦାସ,ଏହି ସମ୍ମାନ ଜନକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି I ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ପ୍ରଫେସର ଡ଼ଃ ଦାସ, ବିଗତ ଆଠବର୍ଷ ଧରି ଆକଳନ ନାମକ ଏକ ସମୀକ୍ଷାସମୃଦ୍ଧ ଓ ସମାଲୋଚନାଧର୍ମୀ ସାହିତ୍ଯ ପତ୍ରିକା ଭଦ୍ରକରୁ ପ୍ରକାଶ କରି ପ୍ରବନ୍ଧ ଓ ସମାଲୋଚନାମୂଳକ ଲେଖା ପାଇଁ ଯୁବ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିଆସୁଛନ୍ତି।

Leave a Comment

Read More