Search
Close this search box.

ରାଇରଙ୍ଗପୁର ମହାବିଦ୍ୟାଳୟରେ ସୁଭଦ୍ରା ସଚେତନତା*

*ରାଇରଙ୍ଗପୁର ମହାବିଦ୍ୟାଳୟରେ ସୁଭଦ୍ରା ସଚେତନତା*

ରାଇରଙ୍ଗପୁର : 17/9
ରାଇରଙ୍ଗପୁର ମହାବିଦ୍ୟାଳୟର ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଅଧ୍ୟାପକ ଡକ୍ଟର ମିଲନ ମହାନ୍ତଙ୍କ ତତ୍ତ୍ଵାବଧାନରେ ତ୍ସ୍ନାତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଫୋଟୋଗ୍ରାଫି, ମୁରୁଜ ଅଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଚକ୍ରଙ୍କ ଉଦ୍ଘାଟନୀ ବକ୍ତବ୍ୟ ପରେ ଇଂରାଜୀ ଓ ଓଡ଼ିଆ ଭାଷାରେ ତର୍କ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଅଧ୍ୟାପିକା ରେବତୀ ସିଂହ, ଡକ୍ଟର ଭରତ ଚନ୍ଦ୍ର ଉର୍ମା ଓ ଗୋବର୍ଦ୍ଧନ ମୁର୍ମୁ। ଅଧ୍ୟାପିକା ବନ୍ଦିତା ମହାନ୍ତ ଓ କ୍ଷୀରୋଦ କୁମାର ତୁର୍କ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଅଧ୍ୟାପିକା ବର୍ଷା ସୁମନ, ବାହାପରାୟଣୀ କିସ୍କୁ ଓ ସସ୍ମିତା ଟୁଡୁ ମୁରୁଜ ଅଙ୍କନ ପ୍ରତିଯୋଗିତା, ଅଧ୍ୟାପିକା ଜିନିଆ ଭଟ୍ଟାଚାର୍ଯ୍ୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଏବଂ ଅଧ୍ୟାପିକା ମେନକା ମହାକୁଡ଼ ଫୋଟୋଗ୍ରାଫି ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ସହଯୋଗ କରିଥିଲେ ଛୁକୁରାମ ମାହାଲି ଓ ଲେପା ମାହାଲି। ମୋଟ କୋଡିଏ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More