ରହଶ୍ୟମୟ ଭାବେ କଲେଜ ଛାତ୍ରୀଙ୍କ ଝୁଲନ୍ତା ଦେହ ଉଦ୍ଧାର
କନ୍ଧମାଳ, ୦୫/୦୯ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ରହସ୍ୟମୟ ମୃତ୍ୟୁ ମାମଳା ଗୁଡ଼ିକ ବୃଦ୍ଧି ପାଉଥିବା ବେଳେ ଆଜି ପର୍ଜନ୍ତ ଅଧିକାଂସ ମାମଲାର ଖୋଲାସା ହୋଇ ପାରିନଥିବା ବେଳେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା କଶସରୁ ଜଙ୍ଗଲରୁ ପୁଣି ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଛାତ୍ରୀ ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ମଗମୁଣ୍ଡାର ବିବେକାନନ୍ଦ କହଁରଙ୍କ ନାବାଳିକା ଝିଆ ପଦ୍ମିନୀ କହଁର ବୋଲି ଜଣାପଡ଼ିଛି । ସେ ପଞ୍ଚାୟତ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ । ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଧ ପ୍ରଦାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଘଟଣାକୁ ନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଲାଇନପଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ବର୍ଷେ ତଳେ ଭଲପାଇ ତାଙ୍କ ସାଙ୍ଗରେ ଚାଲିଯାଇଥିଲେ ।ପରେ ପରିବାର ଲୋକ ଖବର ପାଇ ସେଠାକୁ ଯାଇ ବୁଝାସୁଝା କରି ଝିଅକୁ ଘରକୁ ନେଇ ଆସିଥିଲେ । ଚଳିତ ବର୍ଷ ପାଠ ପଡ଼ିବା ପାଇଁ ପରିବାର ଲୋକ ତାଙ୍କୁ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଭର୍ତ୍ତି କରିଥିଲେ । ପରିବାର ଲୋକେ ଝିଆର ଆତ୍ମହତ୍ୟା କୁ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଏହି ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହି ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ ବୋଲି ସୁଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ।









