Search
Close this search box.

ଅସହାୟ ତିନି ଶିଶୁ ଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ. ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ. AICWC ର ରାଜ୍ୟ ଉପସଭାପତି ଏବଂ ଶିଶୁ ରୁରକ୍ଷା ବିଭାଗ.

କନ୍ଧମାଳ : ଅସହାୟ ତିନି ଶିଶୁ ଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ. ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ. AICWC ର ରାଜ୍ୟ ଉପସଭାପତି ଏବଂ ଶିଶୁ ରୁରକ୍ଷା ବିଭାଗ.

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ପେଟାପାଙ୍ଗା ନିକଟସ୍ତ ଗ୍ରାମର ଅସହାୟ ବାପ ମା ଛେଉଣ୍ଡ ତିନି ଭାଇ ଭଉଣୀ ଙ୍କ ଦୁଃଖ କହିଲେ ନ ସରେ l ମା ଦୀର୍ଘ ବର୍ଷ ହେଲା ଏଇ ଛୋଟ ତିନି ଛୁଆ ଙ୍କୁ ଛାଡ଼ି ଅନ୍ୟତ୍ର କୁଆଡେ଼ ପଳେଇ ଥିବାରୁ ବାପା ବହୁ ଦୁଃଖ କଷ୍ଟ ରେ ମୁଲ ମଜୁରୀ ଲାଗି ତିନି କମଳ ମତି ଶିଶୁ ମାନଙ୍କୁ ଭରଣ ପୋଷଣ କରୁଥିଲେ l ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ପେଟାପାଙ୍ଗା ପଞ୍ଚାୟତ ର ଶ୍ରାମାନାଜୁ ଗ୍ରାମରେ l ହେଲେ ଗତ କିଛିମାସ ହେଲା ବାପା ମଧ୍ୟ ଆରପାରିକୁ ଚାଲି ଯିବାରୁ ଏବେ ତିନି ଅସହାୟ କମଳ ଶିଶୁ ମାନଙ୍କ ଦୁଃଖ କହିଲେ ନ ସରେ l ତାଙ୍କର ନା ଅଛି ଭଲ ବାସ ଗୃହ ନା ଅଛି କାମ ଧନ୍ଦା କରି ଚଳିଵା ପାଇଁ ବୟସ ନା ମିଳୁଚି ସାନ ଆଠ ବର୍ଷ ର ଶିଶୁ କନ୍ୟା କୁ ଭିନ୍ନକ୍ଷମ ଭତ୍ତା ନା ପଢ଼ି ବା ପାଇଁ ପାଉଛନ୍ତି ସରକାରୀ ସହାୟତା ପଡ଼ୋଶୀ ଘରର ସାହାଯ୍ୟ ସହଯୋଗରେ ଦୁଃଖ କଷ୍ଟ ରେ ରହୁଛନ୍ତି ତିନି ଅସହାୟ ଶିଶୁ l ଏଭଳି ଖବର ଜଣେ ସମାଜସେବୀ ଆମନ କୁମାର ନାୟକ ଲୋକ ଲୋଚନ କୁ ଆଣିଥିଲେ l ଉକ୍ତ ଖବର ପାଇ AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଉକ୍ତ ଗ୍ରାମରେ ପହଁଚି ଅସହାୟ ଶିଶୁ ମାନଙ୍କ ପାଠ ପଢ଼ିଵା. ରହିବା ଖାଇବା ଏବଂ ଭିନ୍ନକ୍ଷମ ଶିଶୁ କନ୍ୟା କୁ କିପରି ଯଥା ଶୀଘ୍ର ଭତ୍ତା ପ୍ରଦାନ କରାଯିବ ସେନେଇଁ ଆଶୋଷନା ଦେବା ସହିତ ଗ୍ରାମ ବାସୀଙ୍କ ସହିତ ଏବିଷୟରେ ଆଲୋଚନା କରି ଥିଲେ l ଅଧ୍ୟକ୍ଷ ଶ୍ରୀ ଦିଗାଲ ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ ପି ପଦ୍ମା ମହୋଦୟା ଙ୍କୁ ଯୋଗାଯୋଗ କରିବାରୁ ଅଧିକାରିଣୀ ଭିନ୍ନକ୍ଷମ ଭତ୍ତା ସାଙ୍ଗସେନ୍ କରିଛନ୍ତି l ଅଧ୍ୟକ୍ଷ ଶ୍ରୀ ଦିଗାଲ ଏହି ତିନି ଶିଶୁ ଙ୍କୁ 18 ବର୍ଷ ହେବା ପର୍ଯ୍ୟନ୍ତ କିପରି 3000 ହଜାର ଲେଖାଏଁ ସହାୟତା ପାଇବେ ସେନେଇଁ ମଧ୍ୟ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି l ଗ୍ରାମବାସି ଜିଲ୍ଲା ନୂତନ ଜିଲ୍ଲାପାଳ ଅମ୍ବ୍ରିତ୍ ଋତୁରାଜ ଏବଂ ଅଧ୍ୟକ୍ଷ ଶ୍ରୀ ଦିଗାଲ. ସମାଜସେବୀ ଆମନ ଏବଂ ସାମାଜିକ ସୁରକ୍ଷା ଅଧିକାରୀଣି ମହୋଦୟା ଙ୍କୁ ସାଧୁବାଦ୍ ଜଣେଇ ଛନ୍ତି l

Leave a Comment

Read More

Verified by MonsterInsights