କଳାକାର ସ୍ବର୍ଗତ ସ୍ୱରାଜ ନାୟକ ଙ୍କ ପରିବାରକୁ କଳାକାର ମହାସଂଘ ଏବଂ ଓ. ଆର. ଡ଼ି. ଏ.ତରଫରୁ ସମବେଦନା
………………………………………..
ଟିକାବାଲି _କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ପଂଚାୟତ ଅଧିନସ୍ତ ବରପଦା (ପଞ୍ଚୁବର )ଗ୍ରାମର ସ୍ବର୍ଗତ ସ୍ୱରାଜ ନାୟକ ଙ୍କ ପରିବାରକୁ ସହାୟତା ର ହାତ ବଢ଼ାଇଛନ୍ତି କଳାକାର ମହାସଂଘ, ଏବଂ ଓ. ଆର ଡି. ଏ ସ୍ବେଛାସେବୀ ଅନୁଷ୍ଠାଜ କନ୍ଧମାଳ, ଟିକାବାଲି l ସୂଚନା ପ୍ରକାରେ ସ୍ବର୍ଗତ ସ୍ୱରାଜ ନାୟକ ଜଣେ ବାଦ୍ୟ କଳାକାର ଭାବରେ ସମାଜରେ ପରିଚିତ ଥିଲେ l ସେ ଜୀବନ ଥିବା କାଳରେ କୁଳି ମଜୁରୀ କାମ କରିବା ସହିତ କଳା ପରିବେଷଣ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ସମୟକ୍ରମେ ସ୍ବର୍ଗତ ନାୟକ ରୋଗବ୍ୟଧି ହୋଇ ଶେଷରେ ଶଯ୍ୟାଶାୟୀ ହେଇଗଲେ ତାଙ୍କରି ଦେହାନ୍ତ ପରିବାରକୁ ଗଭୀର ଆଘାତ ପହଞ୍ଚେଇଛି l ମହାସଂଘ ର ପୂର୍ବ ନିଷ୍ପତି କ୍ରମେ ଅସହାୟ କଳାକାର ପରିବାରକୁ ସାହାଯ୍ୟର ହାତ ବଢ଼େଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଦୃଢ଼ ନିଷ୍ପତି ନିଯାଇଥିଲା l ସେଇ ଅନୁସାରେ ମହାସଂଘର ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଡିଗାଲ, ସମ୍ପାଦକ ବଳି କହଁର, ସଂଯୋଜକ ଗନ୍ଧର୍ବ କହଁର, କଇଁଝର ପଂଚାୟତ କଳାକାର ସଭାପତି ଅଧିଶ୍ୱର ମଲିକ, ସହ ସମ୍ପାଦକ କୁନା ଦିଗାଲ, ଙ୍କ ସମେତ ମିନାକ୍ଷୀ ମଲିକ, ବୀରେନ୍ଦ୍ର କହଁର, ସୁଜାତା. ମଲିକ,ପରି ୨୦ ଗୋଟି ଦଳ ର ଦଳ ମୁଖ୍ୟ ନିଜ ନେତୃତ୍ୱ ରେ ଆଣିଥିବା ସାମଗ୍ରୀ କୁ ଉକ୍ତ ଦୁଖଃଦ ପରିବାରକୁ ଦାନ ଅର୍ପଣ କରିଥିବା ଜଣା ପଡିଛି l ଆଗକୁ ଏପରି ଅନେକ ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼େଇ କଳାକାର ମହାସଂଘ କୁ ସୁଦୃଢ କରିବାକୁ ଆୱାନ ଦେଇଛନ୍ତି ସଭାପତି କ୍ରିଷ୍ଣା ଚନ୍ଦ୍ର ଦିଗାଲ ଆଜି ଏହି ମହାନ ଉଦେଶ୍ୟ ତଥା କାର୍ଯ୍ୟ ପାଇଁ ଉକ୍ତ ପରିବାର ସମେତ ସାରା ଅଞ୍ଚଳ ବେଶ ପ୍ରଶଂସା କରିଥିବା ଦେଖିବାଜୁ ମିଳିଛି









