କଳାକାର ବିରଙ୍କ ପାଇଁ ଆବାସ ଗୃହ ପ୍ରଦାନ କରିବା ନେଇ ଦାବି କରିବ ମହାସଂଘ
………………………………..
ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅଧୀନ କଇଁଞ୍ଝର ପଂଚାୟତ ଗଣ୍ଡଗାଁ ନିବାସୀ ଶ୍ରୀ ଯୁକ୍ତ ବିରଙ୍କ ଡିଗାଲ ‘” ଯେଉଁ ବ୍ୟକ୍ତି କି’ ଯଣେ ନିହାତି ଗରିବ ଶ୍ରେଣୀର ଦଳିତ ପରିବାର ର l ଚାରି ସଦସ୍ୟ ବିଶିଷ୍ଟ ପରିବାରକୁ କୁଳି ମଜୁରୀ କାମ କରି ପ୍ରତିପୋଷଣ କରୁଛନ୍ତି l ବେଳେ ବେଳେ କଳା ପରିବେଷଣ କରି ଦୁଇ ପଇସା ରୋଜଗାର କରୁଛନ୍ତି l ଉପଯୁକ୍ତ ଭାବରେ ମଜୁରୀ କାମକରିବାକୁ ସୁଯୋଗ ନ ପାଇବା ହେତୁ ଅନେକ ଅଭାବ ଅସୁବିଧା କୁ ଦୂର କରିପାରୁନାହାନ୍ତି ଶ୍ରୀ ଦିଗାଲ ବିରଙ୍କ l ପାରିବାରିକା ସମସ୍ୟା ସମାଧାନ କରିପାରୁ ନ ଥିବାବେଳେ ବାସଗୃହ ର ଅର୍ଦ୍ଧଭଙ୍ଗା ଅବସ୍ଥା ମୁଣ୍ଡକୁ ଅସ୍ତବ୍ୟସ୍ତ କରୁଛି l ଅର୍ଥ ଅଭାବରୁ ଘର ଖଣ୍ଡିଏ ନିର୍ମାଣ କରି ପାରୁ ନ ଥିବା ହେତୁ ବର୍ଷା ପାଣିରେ ଅର୍ଦ୍ଧଭିଜା ରେ ସମ୍ମୁଖୀନ ହେଉଛନ୍ତି ସାରା ପରିବାର l ଘର ଖଣ୍ଡିଏ ପାଇଁ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଗୋଷ୍ଠୀ ଉର୍ନୟନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ବିରଙ୍କ l ନିଜେଡି ସରକାର ୨୫ ବର୍ଷ ଶାସନ କାଳରେ ଘର ତ ‘ମିଳିଲା ନାହିଁ ଦେଖାଯାଉ ବିଜେପି ସରକାର ଶାସନ ରେ ବ୍ଲକ ପ୍ରଶାସନ ବିରଙ୍କ ଉପରେ ଦୃଷ୍ଟି ଦେଉଛନ୍ଥି ନା “ନାହିଁ ତାହା ସମୟର ଅପେକ୍ଷାରେ ଉକ୍ତ ପରିବାର ଲୋକ









