Search
Close this search box.

ଭରତ ବନ୍ଦ ଆଂଶିକ ସଫଳ.

ଭରତ ବନ୍ଦ ଆଂଶିକ ସଫଳ
ବାଲିଚନ୍ଦ୍ରପୁର ୨୧/୮=ସର୍ବୋଚ ନ୍ଯାୟାଳୟଙ୍କ ନିଷ୍ପତ୍ତି କୁ ବିରୋଧ କରି ସାରା ଦେଶରେ ଆଜି ଯେଉଁ ୧୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି ଏହି ଅବସରରେ ମାହାଙ୍ଗା ବଡଚଣା ଦଳିତ ସଂଗଠନ ଏଥିରେ ସାମିଲ ହୋଇଛି। ଏହି ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ରେ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଗାଡି ଚଳାଚଳ ବନ୍ଦ କରାଯାଇଛି। ଫଳ ସ୍ବରୂପ ଏହି ବନ୍ଦର ପ୍ରଭାବ ରେ ସ୍ଥାନୀୟ ବାଲିଚନ୍ଦ୍ରପୁର ବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବନ୍ଦ ର ପ୍ରଭାବ ପଡିଛି। ବ୍ଯବସାୟୀକ ଅନୁଷ୍ଠାନ ଗୁଡିକ ରେ ବ୍ଯବସାୟ ମାନ୍ଦା ରହିବା ସହ ସ୍କୁଲ କଲେଜ ଗୁଡିକରେ ଛାତ୍ର ଉପସ୍ଥାନ ମାତ୍ରା ହ୍ରାସପାଇଥିବାର ଲକ୍ଷ କରାଯାଉଛି। ସଂଗଠନ ର ସଂଯୋଜକ ପ୍ରଫୁଲ କୁମାର ମାଝୀ ସରକାର ତୁରନ୍ତ ଏହି ବିଷୟ କୁ ବିଚାରକୁ ନେଇ ପୁନଃ ବିଚାର କରିବାକୁ ଦାବି କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ସେଠୀ, ଅଶୋକ ବେହେରା, ଅମୁଲ୍ଯ ଜେନା, ଅଶୋକ ଜେନା, ନିଶିକାନ୍ତ ସେଠି ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଦ କୁ ସଫଳ କରିବା ରେ ସହାୟତା କରିଥିଲେ।।।

Leave a Comment

Read More