Search
Close this search box.

ରାଜ୍ୟ ର ଏସି /ଏଷ୍ଟି ସମନୋୟ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଟିତ ହେଇଯାଇଛି..

କନ୍ଧମାଳ : ରାଜ୍ୟ ର ଏସି /ଏଷ୍ଟି ସମନୋୟ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଟିତ ହେଇଯାଇଛି..

ଓଡିଶା ତଥା ରାଜ୍ୟ ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସମନୋୟ ପରିଷଦ କନ୍ଧମାଳ ଶାଖା ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଫୁଲବାଣୀ ର ବନାନୀ କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଜିଲ୍ଲା ସଭାପତି ସୁଜନ ବେହେରାଙ୍କ ସଭାପତିତୋ ରେ ସଭା କାର୍ୟ ପରିଚାଳିତ ହୋଇଥିଲା । ଉକ୍ତ ପରିଷଦ ର, କାର୍ଯକାରୀ ସଭାପତି ସୁର ପ୍ରାସାଦ ନାୟକ, ରାଜ୍ଯ ସଂଯୋଜକ ଶ୍ରୀ ଭ୍ରମର ବେହେରା, ସମ୍ପାଦକ କୈଳାସ ଚନ୍ଦ୍ର କହଁର, ଅତିରିକ୍ତ ସହ ସମ୍ପାଦକ ଦିଲୀପ କୁମାର ଦିଗାଲ ଓ ସଙ୍ଗଠନ ସମ୍ପାଦକ ବବିତାରାନୀ ସାହାଣୀ ଉପସ୍ଥିତ ରହି ସଙ୍ଗଠନ କିପରି ମଜଭୂତ ଭାବରେ କର୍ୟକରିବ ସେ ବିଷୟରେ ନିଜ ନିଜ ର ମତ ରଖିଥିଲେ। । ଉକ୍ତ ବୈଠକ ରେ ଅଂଶ ଗ୍ରହଣ କରି ବରିଷ୍ଠ ଆଇନୀ ଜିବି – ଶ୍ରୀ ସତ୍ୟ ନାରାୟଣ ବେହେରା ଙ୍କ ସହିତ ସଂଗଠନ ର ସକ୍ରିୟ ସଦସ୍ୟ ଏବଂ ସଦସ୍ୟା ତଥା ଜସ୍ମୀନ କହଁର, ସୁକାନ୍ତ ବେହେରା , ମହାଦେବ ସେଠୀ, ସନ୍ତୋଷ ଦିଗାଲ, ଜୟନ୍ତୀ ଦିଗାଲ, ରଘୁନାଥ କହଁର, ମିନେସୋର୍ ମାନସେଠ୍, ଜିତେନ୍ଦ୍ର ନାୟକ, ବିଷ୍ଣୁ ଚରଣ ମଲ୍ଲିକ, ବୀରେନ୍ଦ୍ର ଦିଗାଲ, ଲଲାଟେନ୍ଦୁ ନାୟକ, ଜଗଦୀଶ ନାୟକ, କାମରାଜ ଦିଗାଲ, ପ୍ରଦୀପ ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ପରିଷଦ ଗଠନ ଓ ଏହାର ଆବ୍ୟକତା ପ୍ରସଙ୍ଗ ନେଇ ନିଜ ନିଜର ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସରକାରୀ କର୍ମଚାରୀ ଙ୍କ ମୌଳିକ ଅଧିକାର, ପ୍ରତେକ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଉପରେ ଉପର ଅଧିକାରୀ ଙ୍କ ଖମାଖିଆଲ ନୀତି, ସରକାର ଙ୍କ ନିୟମ କୁ ଉଲଘଂନ କରି ପଦୋନତି, ଶୋଷଣ ଇତ୍ୟାଦି କୁ ସଂଘ ତରଫରୁ ଦୃଢ ପ୍ରତିରୋଧ କରାଯିବାକୁ ପ୍ରକାଶ ପାଇଥିଲା.ଶେଷରେ ପାରିଷଦ ର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁର ପ୍ରାସାଦ ନାୟକ ଧନ୍ୟବାଦ୍ ଅର୍ପଣ କରି ସଭା କାର୍ଯ କୁ ସମାପନ କରାଯାଇଥିଲା l

Leave a Comment

Read More