ପବିତ୍ର ଓଳାଶୁଣୀ ପୀଠ ରେ ନୂଆ ଖିଆ ପର୍ବ ପାଳିତ।
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ପଲାଇ ମୌଜା ସ୍ଥିତ ମହାପୁରୁଷ ଶ୍ରୀ ଶ୍ରୀ ଅରକ୍ଷିତ ଦାସ ଙ୍କ ମହା ସମାଧି ପୀଠ ଓଳାଶୁଣି ପୀଠ ରେ ପବିତ୍ର ଗହ୍ମା ପୂର୍ଣ୍ଣିମା ମହା ପ୍ରଭୁ ବଳଭଦ୍ର ଜନ୍ମ ଦିବସ ରେ ମହା ପୁରୁଷ ଅରକ୍ଷିତ ଦାସ ମହା ସମାଧି ପୀଠ ରେ ନୂତନ ଚୁଡ଼ା ଅର୍ପଣ କରାଯାଇଥିଲା । କାରଣ ଅନେକ ଶ୍ରଦ୍ଧାଳୁ ଭକ୍ତ ମହା ପୁରୁଷ ଅରକ୍ଷିତ ଦାସ ଙ୍କ ସହିତ ମହା ପ୍ରଭୁ ବଳଭଦ୍ର ଙ୍କ ଉପରେ ପରିଗଣନା କରନ୍ତି। ଏଣୁ ଶହ ଶ୍ରାଧିକ ଭକ୍ତ ମାନଙ୍କ ଉସ୍ଥିତିତି ରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଜନ କ୍ରିତନ ହରିବୋଲ ହୁଳହୁଳି ମହା ସମାରୋହ ରେ ଏହି ପର୍ବ ପାଳନ କରାଯାଇଥିଲା । ଓଳାଶୁଣୀ ମଠ ର ଡ ନାମାନନ୍ଦ ଦାସ ଙ୍କ ପ୍ରତିକ୍ଷ ଭାବରେ ଏହି କାର୍ଯ୍ୟ ସମାପନ କରାଯାଇଥିଲା । ମଠ ର ବଡ଼ ଦାଣ୍ଡ ରେ ବସି ଏକ ସାଙ୍ଗ ରେ ନୁଆ ଚୁଡ଼ା ସହିତ ଆନନ୍ଦ ବଜାର ରେ ପ୍ରାସାଦ ସେବନ କରିଥିଲେ। ଏହାକୁ ପରିଚାଳନା ରେ ଦେବାଶିଷ ସିଂହ ,ଉମେଶ ଚନ୍ଦ୍ର ସାମଲ, ଦିଲ୍ଲୀପ କୁମାର ସାମଲ, ଆଲୋକ ପ୍ରଧାନ, ସାମ୍ବାଦିକ ଏକାଦଶୀ ସେଠୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସହଯୋଗ କରିଥିଲେ .









