Search
Close this search box.

ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଜୟଶ୍ରୀ ଧଳଙ୍କର ଆଲବମ ଉନ୍ମୋଚିତ

*ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଜୟଶ୍ରୀ ଧଳଙ୍କର ଆଲବମ ଉନ୍ମୋଚିତ*.

ନୂଆଦିଲ୍ଲୀ ତା ୧୪/୦୮ରିଖ ବିଶିଷ୍ଟ ଗାୟିକା ଡ଼ଃ ଜୟଶ୍ରୀ ଧଳଙ୍କର ନୂତନ ସଂଗୀତ ଆଲବମ “ଜାଗରେ,ସବୁଜ ଓଡ଼ିଶା ପାଇଁ ଲାଗରେ” ର ଶୁଭ ଉନ୍ମୋଚନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର “ମାଆ ପାଇଁ ଗଛଟିଏ” ରୋପଣ କରିବାକୁ ଆହ୍ୱାନ ଦ୍ୱାରା ଅନୁପ୍ରାଣୀତ ହୋଇ ଜୟଶ୍ରୀ ଏହି ଗୀତଟିକୁ ଗାନ କରିଥିବା ଜଣାଯାଇଛି।ଏହାର ସଂଗୀତ ରଚନା ଗଛ ମଣିଷ ଭାବେ ଖ୍ୟାତି ପ୍ରାପ୍ତ ଦିଲ୍ଲୀପ ଶ୍ରୀ ଚନ୍ଦନ କରିଥିବା ବେଳେ ସ୍ୱର ସଂଯୋଜନା ସୁନାମଧନ୍ୟ ସଙ୍ଗୀତଜ୍ଞ ଶାନ୍ତନୁ ନାୟକ କରିଛନ୍ତି।ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣ ସମ୍ପର୍କରେ ସାରା ଭାରତରେ ସଂଗୀତ ଜରିଆରେ ସଚେତନତା ସୃଷ୍ଟି କରିବା ପାଇଁ ଡ଼ଃ ଧଳ ଙ୍କର ଉକ୍ତ ଅନନ୍ୟ ଓ ଅସାମାନ୍ୟ ଅଭିଯାନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ପୌରହିତ୍ୟିରେ କଥିତ ଉନ୍ମୋଚନ ମାଧ୍ୟମରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀଠାରୁ ପ୍ରାରମ୍ଭ ହୋଇଥିବା
ର ସୂଚନା ମିଳିଛି।ଏହି ଅବସରରେ ଅଭିଯାନର ଅନ୍ୟତମ ସାରଥୀ ସିଲଭର ଗାନ୍ଧୀ ଭାବେ ପ୍ରସିଦ୍ଧ ମୋହନ ମହାପାତ୍ର ଉପସ୍ଥିତ ଥିଲେ।ଶ୍ରୀ ପ୍ରଧାନ ଉଭୟ ଡ଼ଃ ଧଳ ଓ ସିଲଭର ଗାନ୍ଧୀଙ୍କୁ ସେମାନଙ୍କର ମହତ ପ୍ରୟାସର ସଫଳତା ପାଇଁ ଶୁଭ କାମନା ଜଣାଇବା ସାଙ୍ଗକୁ ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର କୁଷକ ରୋଡ଼ ସ୍ଥିତ ବାସ ଭବନଠାରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଯାଜପୁରର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା,ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ,ସମାଜସେବୀ ସୁଚିସ୍ମିତା ପୃଷ୍ଟି ଏବଂ ଯୁବ ଶିଳ୍ପଦ୍ୟୋଗୀ ଶୁଭେନ୍ଦୁ ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଉନ୍ମୋଚିତ ସଂଗୀତ ଏବଂ ଏହାର ଅନ୍ତର୍ନିହିତ ବାର୍ତ୍ତାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଡ଼ଃ ଧଳ ଓ ସିଲଭର ଗାନ୍ଧୀ ସେମାନଙ୍କର ସାଥୀ କାର୍ଯ୍ୟକର୍ତ୍ତା ଏବଂ ପ୍ରଶସଂକମାନଙ୍କ ସହିତ ଦିଲ୍ଲୀ ମହା ନଗରୀର କୋଣ ଅନୁକୋଣରେ ପଦଯାତ୍ରା କରି ପହଂଚୁଥିବାର ଦେଖା ଯାଇଥିଲା।ଦକ୍ଷିଣ ଦିଲ୍ଲୀର ହାଉଜଖାସ ଏବଂ ଅନ୍ୟାନ୍ୟ ସ୍ଥାନରେ ପଦଯାତ୍ରୀ ଦଳକୁ ଶତାଧିକ ଜନସାଧାରଣ ଭବ୍ୟ ସ୍ୱାଗତ ଜଣାଇବା ସହିତ ସେମାନଙ୍କର ସାଧୁ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରୁଥିବା ଲକ୍ଷ୍ୟ ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ଼ଃ ଜୟଶ୍ରୀ ଧଳ ତାଙ୍କର ସଫଳ ସଂଗୀତ ସାଧନା ଓ ଉପଲବ୍ଧ ସିଦ୍ଧି ସାଙ୍ଗକୁ ଉଚ୍ଚକୋଟୀର ସମାଜସେବା ଏବଂ ଉତ୍ସର୍ଗୀକୃତ ଜନହିତକାରୀ କାର୍ଯ୍ୟ ପାଇଁ ସାଧାରଣରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ବିଶେଷକରି ମହାନଗରରେ ଭ୍ରାମ୍ୟମାଣ ଅଳିଆ ଉଠା ଗାଡି ରେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ନିଜର ସଂଗୀତ ପରିବେଷଣ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରି ଡ଼ଃ ଧଳ ଖୁବ ଚର୍ଚ୍ଚିତ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।

Leave a Comment

Read More