
ସେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଠାରେ ଥିବା ପଶ୍ଚିମ କାଳୀ ଓ ସୂର୍ଯ୍ୟ କାଳୀ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ପାଟଭୂକତା ବିମଳ କିଶୋର ମହାପାତ୍ର, ପାଟ ଦଣ୍ଡୁଆ ଲମ୍ବୋଦର ପାତ୍ର, ପାଣି ଦଣ୍ଡୁଆ ବିଷ୍ଟନୁ ପ୍ରସାଦ ପାତ୍ର ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ ! ଏହି ଉତ୍ସବ 3 ଦିନ ଧରି ହୋଇଥିବା ବେଳେ କୁଟୀବାରୀ, ରତଙ୍ଗ, ଡାମି, ଲଦା, କାଦୁପଦାର, ଡ଼ଙ୍ଗରପଡା ମୌଜା କୁ ନେଇ ଅନୁଷ୍ଠିତ ହୋଇଥିଲା ! ଏହି ଉତ୍ସବ ଟି କୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତର ରୁ ଭକ୍ତ ମାନେ ଆସି ନଦିଆ କୀର୍ତ୍ତନ କରିବା ସହ ଭଗବାନ ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା ଲାଭ କରିଥିଲେ ! ଶେଷ ଦିନରେ ରତ୍ନ ମୁଦ ମରା ସରିଲା ପରେ ଅର୍ଣ୍ଣ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଯାଇଥିଲେ !









