Search
Close this search box.

ସଫଳ ହେଲା ଉତ୍କଳ ହସ୍ପିଟାଲର ଦକ୍ଷ ଅପ୍ରେଷ୍ଟନ, ଉତ୍କଳ ହସ୍ପିଟାଲକୁ ମିଳିଲା ମାନ୍ୟତା .

ସଫଳ ହେଲା ଉତ୍କଳ ହସ୍ପିଟାଲର ଦକ୍ଷ ଅପ୍ରେଷ୍ଟନ, ଉତ୍କଳ ହସ୍ପିଟାଲକୁ ମିଳିଲା ମାନ୍ୟତା

ଭୁବନେଶ୍ୱର : ସଫଳ ହେଲା ଉତ୍କଳ ହସ୍ପିଟାଲର ଦକ୍ଷ ଡାକ୍ତରିଟିମ୍ ଙ୍କ ଅପ୍ରେଷ୍ଟନ l ପ୍ରଥମ ଥର ପାଇଁ ଉତ୍କଳ ହସ୍ପିଟାଲ କୁ ମିଳିଲା ମାନ୍ୟତା l ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ପ୍ରଥମଥର ପାଇଁ BONE MARROW TRANSPLANT ସଫଳତାର ସହ ସମ୍ପନ୍ନ ହୋଇଛି। ଏହାମଧ୍ୟରେ ରୋଗି ଡାକ୍ତର ଖାନାରୁ ଡିସଚାର୍ଜ ହୋଇ ସୁସ୍ଥ ଥାଇ ଘରକୁ ଫେରିଛନ୍ତି। ପୀଡିତଙ୍କ ନାମ ବଳରାମ ସ୍ବାଇଁ,ବୟସ-୩୩, ଗ୍ରାମ -କଣ୍ଟାପଡ଼ା, ଜିଲ୍ଲା-କଟକ,ଓଡ଼ିଶା ଉତ୍କଳ ହସ୍ପିଟାଲରେ oncology ବିଭାଗର ବରିଷ୍ଟ Dr.ସୁଶାନ୍ତ କୁମାର ପାଇକରାୟଙ୍କୁ ଦେଖାକରି ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଥିଲେ ଏହାପରେ ତାଙ୍କର BONE MARROW ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ଏବଂ ତତ୍ତ୍ କାଳ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇ ସମ୍ପୂର୍ଣ ବିଚାରବିମର୍ଶ ପରେ Bone marrow ପ୍ରତ୍ୟାରୋପଣ ହୋଇଥିଲା ।
ଏହି ଜଟିଳ ଚିକିତ୍ସାରେ ଉତ୍କଳ ହସ୍ପିଟାଲର ଦକ୍ଷ ଡାକ୍ତରିଟିମ୍ ବିଭାଗୀୟ ମୁଖ୍ୟ ଡ଼ ରଞ୍ଜନ କୁମାର ମହାପାତ୍ର, ଡ଼ ଚିନ୍ମୟ କୁମାର ପାଣି, ଡ଼ ସୁଶାନ୍ତ କୁମାର ପାଇକରାୟ , ଡ଼. ବିଶ୍ୱଜିତ ଭୂଇଁଆ ଏବଂ ଡ଼. ବିଶ୍ୱବିକlସ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ଓ ସଫଳତାର ସହ ଚିକିତ୍ସା ପଦ୍ଧତିଟିକୁ ସମ୍ପର୍ଣ୍ଣ କରିଥିଲେ।

Leave a Comment

Read More