ପୁଣି ଜାମ୍ଭୁ କାଶ୍ମୀରରେ ଲଢ଼େଇ ଆରମ୍ଭ
ନୂଆଦିଲ୍ଲୀ : ଲଢେଇର ଶବ୍ଦ ଟା କିଛି ଦିନ ପାଇଁ ଶୁଣିବାକୁ ମିଳିନଥିଲା ହେଲେ ପୁଣି ଜମ୍ଭୁ କାଶ୍ମୀର ଭିତରେ ଘମା ଘୋଟ ଲଢେଇ ଆରମ୍ଭ ହେଇଯାଇଛି l ଜାମ୍ମୁ କାଶ୍ମୀରର ରାଜୌରୀ ଭାରତୀୟ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିବା ଖବର ସାମ୍ନାକୁ ଆସିଛି । ମାଝକୋଟ ଅଞ୍ଚଳର ଗ୍ଲୁଟୀ ଗାଁରେ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଫାୟରିଙ୍ଗ କରିଥିଲେ । ଏହି ଫାୟରିଙ୍ଗରେ ଜଣେ ଯବାନ ଆହତ ହୋଇଯାଇଛନ୍ତି । ଏହି ଆକ୍ରମଣରେ ସତର୍କ ସୁରକ୍ଷା ଚୌକିରେ ପୋଷ୍ଟ କରାଯାଇଥିବା ଯବାନ ମଧ୍ୟ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ସକାଳ ୩ଟା ୫୦ ମିନିଟରେ ହୋଇଥିଲା । ଆନ୍ଧାରର ଫାଇଦା ଉଠାଇ ଆତଙ୍କବାଦୀମାନେ ପଳାୟନ କରିବାରେ ସକ୍ଷମ ହୋଇଛନ୍ତି । ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସେନା ଏବଂ ପୋଲିସ ଅଞ୍ଚଳର ତଦନ୍ତ ଆରମ୍ଭ କରିସାରିଛନ୍ତି । ଏନେଇ ସେନାଙ୍କ ପକ୍ଷରୁ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ ବୋଲି ସୂଚନା ମିଳିଛି ।









