କନ୍ଧମାଳ,ତା-୨୧/୦୬/୨୦୨୪ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ ଙ୍କ ନିର୍ଦେଶ କ୍ରମେ ପ୍ରଥମଥର ପାଇଁ ପ୍ରଶାସନର ସମ୍ଫୁର୍ଣ୍ଣ ସହୋଯଗରେ ଓଡ଼ିଶାର ସମସ୍ତ ଜିଲ୍ଲା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଇଯାଇଥିବା ଜଣାପଡ଼ିଛି l ସେହିପରି କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ସ୍କୁଲ ମାନଙ୍କରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିବା ବେଳେ ଟିକାବାଲି ଗୋଷ୍ଠୀ ଉନୟନ ଅଧିକାରୀ ଙ୍କ ନେତୃତ୍ୱରେ ସରକାରୀ ହାଇସ୍କୁଲ ଟିକାବାଲି ଖେଳ ପଡ଼ିଆରେ ଠାରେ ଅତି ସୁନ୍ଦର ଭାବେ ଯୋଗ ଦିବସ ଏହି ବିଦ୍ୟାଳୟର କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପାଳନ ହୋଇଯାଇଛି l ଯୋଗ ଶିକ୍ଷା ଗୁରୁ ଜିତେନ୍ଦ୍ର କୁମାର ଡାକୁଆ ସମସ୍ତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିବା ଜଣାପଡ଼ିଛି । ଟିକାବାଲି ବ୍ଳକ ସମସ୍ତ କର୍ମ ଚାରି ଏବଂ ସମସ୍ତ ଅଫିସ କର୍ମ ଚାରି ଓ ଟିକାବାଲି ର ସମସ୍ତ ଜନସାଧାରଣଙ୍କ ଉପସ୍ଥିତ ରହି ଏହି ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ଜଣାପଡ଼ିଛି ।( କନ୍ଧମାଳ ଜିଲ୍ଲା ଟିକାବାଲି ରୁ ରମେଶ ପଣ୍ଡା ଙ୍କ ରିପୋର୍ଟ)











