ବଜ୍ରପାତ ରେ ଦେହାନ୍ତ ରୁପାଲୀ ଙ୍କ ପରିବାରକୁ ସମବେଦନା ଜଣାଇଲା ଟ୍ରାକ୍ଟର ମାଲିକ ସଂଘ, ଟିକାବାଲି
ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ଆଖଣ୍ଡଳମଣୀ ସାହି ରେ ଭଡାରେ ରହୁଥିବାବିମ୍ବାଧର ବିଷୋୟୀ ଙ୍କ ସାନ ଝିଅ ରୁପାଲୀ ବିଷୋୟୀ (23)ଙ୍କ ଗତ ତା -30/5/2024/ରିଖରେ ବଜ୍ରପାତ ରେ ଦେହାନ୍ତ ଘଟିଥିଲା l ଝିଅ ହେଲେ ବି ପୁଅ ପରି ସେ ପରିବାର ସମସ୍ତ କାର୍ଯ୍ୟତୁଲାଉଥିଲେ l ଉକ୍ତ ପରିବାର ର କୌଣସି ପ୍ରକାର ସ୍ଥାୟୀ ରୋଜଗାର ନ ଥିଲା l ଏହି ପରିପ୍ରେକ୍ଷୀରେ ରୁପାଲୀ ଘର ଚଳାଉଥିଲା କହିଲେ କିଛି ଅତୁକ୍ତି ହେବ ନାହିଁ l ଇତ୍ୟ ଅବସରରେ ରୁପାଲୀ ଙ୍କୁ ହରେଇ ଉକ୍ତ ପରିବାର ବେସାହାରା ହୋଇଯାଇଛି l ଉକ୍ତ ପରିବାରକୁ ଧୋର୍ଯ୍ୟ ର ସହିତ ସବୁ ପରିସ୍ଥିତି ର ସାମ୍ନା କରି ମାନସିକ ସ୍ତରରେ ସବଳ ହେବାକୁ ସମବେଦନା ଜଣାଇଥିଲେ ମାଲିକ ସଂଘ l ଏବଂ ଯେ କୌଣସି ସମସ୍ୟା ର ସମାଧାନ ପାଇଁ ମହାସଂଘ ସହଯୋଗ ର ହାତ ବଡ଼େଇବ ଯାହାକି ମହାସଂଘ ସଦସ୍ୟ ବୃନ୍ଦ ପ୍ରତିଶୃତି ଦେଇଥିବା ଜଣାପଡିଛି l ମହାସଂଘ ର ଏହି ମହତ ପୁର୍ଣ କାର୍ଯ୍ୟପାଇଁ ଉକ୍ତ ଅଞ୍ଚଳର ଅଧିବାସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି l ଏଥିରେ ମହାସଂଘ ସଭାପତି ବୁଲୁ ଡିଗାଲ, ସମ୍ପାଦକ ଅନନ୍ତ ନାୟକ, କୋଷାଧକ୍ଷ ନୀଳମାଧଵ ପାତ୍ର, ଙ୍କ ସମେତ ତନୁଜ କୁମାର ଭୋଇ, ମନୋଜ ପ୍ରଧାନ, ମନୋଜ ଡିଗାଲ, ଚିକୁନୁ ଭୋଇ, ସାଇରାମ ନାୟକ, ସୁଶାନ୍ତ ନାୟକ, ଏହିପରି ଅନେକ ଟ୍ରାକ୍ଟର ମାଲିକ ବୃନ୍ଦ ଏହି ଦୁଃଖଭରା ସମବେଦନା କାର୍ଯ୍ୟକ୍ରମରେ ସାମିଲ ଥିବାଜଣାପଡିଛି









