Search
Close this search box.

ବାତେରୀ ଗାଁ ଲୋକେ ଚୁଆଁ ପାଣି କୁ ଭରଷା, ଗାଁ କୁ ନାହିଁ ଭଲ ରାସ୍ତା ।

କନ୍ଧମାଳ : ଆଦିବାସୀ ନାଁରେ ଲୁଟୁଚି ସରକାର..ବାତେରୀ ଗାଁ ଲୋକେ ଚୁଆଁ ପାଣି କୁ ଭରଷା, ଗାଁ କୁ ନାହିଁ ଭଲ ରାସ୍ତା

କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ଆଜି ବି ଅନେକ ଗାଁ ର ଲୋକେ ମୈଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି । କେଉଁଠି ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ପକ୍କା ରାସ୍ତା ଟିଏ ପାଇଁ ପ୍ରଶାସନ କୁ ଗୁହାରି କରି ବିଫଳ ହେଉଛନ୍ତି ଆଦିବାସୀ । ବିଶେଷ କରି ରାସ୍ତା ସମସ୍ୟା ଜିଲ୍ଲା ରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ପଞ୍ଚାୟତ ୬ ନମ୍ବର ୱାଡ୍ ବାତେରୀ ଗାଁ ରେ ୧୨ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଏହା ମୁଖ୍ୟ ସମସ୍ୟା ପାନୀୟଜଳ ଅଭାବରୁ ଏଠାକାର ଜନସାଧାରଣ ଙ୍କ ପାଇଁ ଚୁଆଁ ପାଣି ଏକ ମାତ୍ର ସାହା ଭରଷା ରହିଥିବା ବେଳେ ଗାଁ କୁ ଯିବାକୁ ହେଲେ ଖାଲଖମା ରାସ୍ତା ହିଁ ଏକମାତ୍ର ଭରଷା । ଏଠାକାର ଲୋକେ ଖରା ବର୍ଷା ଗୋଟିଏ ଚୁଆଁ ଉପରେ ସମସ୍ତ ଙ୍କ ର ଆଶା ଭରଷା । ପାଣି ଟୋପା ପାଇଁ ଅଞ୍ଚଳ ଜନସାଧାରଣ ବହୁତ ଅସୁବିଧା ସମୁଖୀନ ହେଉଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ଦୁଇ କିଲୋମିଟର ରେ ଅବସ୍ଥିତ ଏହି ବାତେରୀ ଗାଁ କିନ୍ତୁ ଦୁଃଖ ର ବିଷୟ ଏହି ଗାଁ ର ଲୋକେ ଅଭିଶପ୍ତ ଜୀବନ ଭଳି ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଗାଁ ରେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ପାଣି ଟୋପାଏ ପାଇଁ ମଧ୍ୟ ସଂଘର୍ଷ କରିଥିବା ଦେଖିବାକୁ ମିଳିଛି l ଗ୍ରାମ ବାସୀ ଙ୍କ ଅଭିଯୋଗ ମୁତାବକ
ଗାଁ ରେ ଭଲ ରାସ୍ତା ଟିଏ ନଥିବା ବେଳେ ବର୍ଷା ଦିନେ ପୁଅ କିମ୍ବା ଝିଅ ମଧ୍ୟ ପାଠ ପଢା ରେ ମଧ୍ୟ ଡୋରି ବାନ୍ଧିବା ଭଳି ଅଭିଷକ୍ତ ଜୀବନ କାଟୁଛନ୍ତି । ଅନ୍ୟ ପଟେ ବର୍ଷା ଦିନେ ଜରୁରୀକାଳୀନ ସେବାରୁ ମଧ୍ୟ ବଞ୍ଚିତ ଗ୍ରାମ ବାସୀ । ସରକାର ଯୋଜନା ପରେ ପ୍ରଣୟନ କରି ଅଞ୍ଚଳ ବିକାଶ ପାଇଁ ନଳକୂପ ଠାରୁ ଆରମ୍ଭ କରି ସୋଲାର ପ୍ରକଳ୍ପ,ବସୁଧା ଯୋଜନା ମାଧ୍ୟମରେ ଗାଁ କୁ ଗାଁ ଯୋଗାଇ ଦେଉଥିବା ବେଳେ ବାତେରୀ ଗାଁ ରେ ଆଜି ପହଞ୍ଚି ପାରୁନାହିଁ ସରକାର ଯୋଜନା ଯାହା ଫଳରେ ଏଠାକାର ଜନସାଧାରଣ ଚୁଆ ପାଣି ଏକ ମାତ୍ର ଆଶା ଭରଷା । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ବାତେରୀ ଗାଁ ରେ ନଳକୂପ କିମ୍ଵା କୂପ ନିର୍ମାଣ ପାଇଁ ସମାଜସେବୀ କୁନା ଦିଗାଲ ,ଅର୍ଜୁନ କହଁର, ସୁଶାନ୍ତ କହଁର,ବତେରି କହଁର,ସୋନାଲି କହଁର, ସେବତୀ କହଁର, ରଞ୍ଜିତା କହଁର, ସ୍ୱାଗତିକା କହଁର, ଅନ୍ନପୂର୍ଣ୍ଣା କହଁର ସମେତ ଗ୍ରାମ ବାସୀ ଦାବି କରିଛନ୍ତି । ଅନ୍ୟ ପଟେ ଗ୍ରାମ ବାସୀ ବାରମ୍ବାର ପାନୀୟଜଳ ସମସ୍ୟା କୁ ନେଇ ଅଭିଯୋଗ କରିଥିବା ବେଳେ ଅନ୍ୟ ଏହି ସମସ୍ୟା କୁ ନେଇ ଦାଇତ୍ୱ ଥିବା ସରକାରୀ ବାବୁ ଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ କୈାଣସି ସମସ୍ୟା ବିଷୟ କୈାଣସି ଅଭିଯୋଗ ଆସିନି ବୋଲି କହିଛନ୍ତି ।

Leave a Comment

Read More