ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ର ବିଭିର୍ନ ବୁଥ୍ ରେ ବିଧାୟକ ଓ ସାଂସଦ ମତଦାନ ନିର୍ବାଚନ ଚାଲୁଥିବା ବେଳେ ଛତି୍ଝର ବିଦ୍ୟାଳୟ ବୁଥ୍ ନମ୍ବର ତିନି ରେ ବି ଏଲ ଓ ଗୁପ୍ତେଶ୍ୱର ଦିଗାଲ ଙ୍କ ତୀକ୍ଷ୍ଣ ଦୃଷ୍ଟି ଓ ଶୃଙ୍ଖଳିତ ସହଯୋଗ ରେ ଅତି ସୁରୁଖୁରୁ ରେ ମତଦାନ କାର୍ଯ୍ୟକ୍ରମ ସମ୍ପୂର୍ଣ ହେଇଛି l ଉକ୍ତ ବୁଥ୍ ରେ ନିର୍ଭର ଥିବା ଭୋଟର୍ସ ସକାଳୁ ଆରମ୍ବ କରି ଅପରାହ୍ନ ଚାରି ଘଂଟିକା ପର୍ଯ୍ୟନ୍ତ ଭୋଟ କେନ୍ଦ୍ର ଯାଇ ନିଜର ମତଦାନ କରିଥିଲେ l ନିର୍ବାଚନ କମିଶନର ଙ୍କ ଆଦେଶ ତଥା ଅନୁରୋଧ କ୍ରମେ ଅନେକ ଭୋଟର୍ସ ଙ୍କ ସମେତ ଭିର୍ନକ୍ଷମ ବ୍ୟକ୍ତି ଙ୍କ ମଧ୍ୟରୁ ଟିପାରିଗାଁ ର ରିବିନି ଦିଗାଲ ମଧ୍ୟ ପ୍ରଶାସନ ଙ୍କ ତରଫରୁ ଯୋଗାଇଥିବା ହୁଇଲ ଚେୟାର ସାହାଯ୍ୟରେ ଏବଂ ମହାସଂଘ ଓ ସ୍ବେଛାସେବୀ ଶୁଭମ ଦେହୁରୀ ଙ୍କ ସହଯୋଗରେ ଭୋଟ କେନ୍ଦ୍ର ଯାଇ ମତଦାନ ସାବ୍ୟସ୍ତ କରିଥିବା ଦେଖାଯାଇଅଛି l ଯିଏକି ଜଣେ ଉଚ୍ଚକୋଟୀର ବାଦ୍ୟ କଳାକାର ଭାବରେ ଉକ୍ତ ଅଞ୍ଚଳରେ ପରିଚିତ l ସେ ମତଦାନ କରି ନିଜର ସାମ୍ବିଧାନିକ କର୍ତ୍ୟବ ନିଭେଇ ଛନ୍ତି l ଏହା ଏକ ଗର୍ବର ବିଷୟ ନିଂଛିତ ଯାହାକି “ମୋ ଭୋଟ ମୋ ଅଧିକାର “‘ଏହିପରି ଅନେକ ଭୋଟ କେନ୍ଦ୍ର ରେ ଟାଉନ ତୁଳନାରେ ଗ୍ରାମାଞ୍ଚଳ ଭୋଟର୍ସ ଅଧିକ ମତଦାନ ସାବ୍ୟସ୍ତ କରିଥିବା ଦେଖାଯାଇଛି l ଏହିପରି ଭାବରେ ମତଦାନ ଚାଲୁଥିବା ବେଳେ ସମୟ ର ଅଭାବ ହେତୁ 50 ରୁ ଉର୍ଦ୍ଧ ଭୋଟର୍ସ ଭୋଟ କେନ୍ଦ୍ର କୁ ଯାଇ ସୁଦ୍ଧା ମତଦାନ ଦେଇପାରି ନ ଥିଲେ l ଏଣୁ ତାଙ୍କର ମନରେ ଅସନ୍ତଶୋଷ ଦେଖିବାକୁ ମିଳିଥିଲା l ଏହି ପରିପ୍ରେକ୍ଷୀରେ ଆଗକୁ ଦେଖିବାକୁ ବାକି ରହିଲା ଭୋଟର୍ସ ଙ୍କ ଚୟନ କାହା ମୁଣ୍ଡରେ ବିଜୟର ମୁକୁଟ ଲାଗିବ l









