ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବହଳଦା ଥାନା ବଡଦୁନ୍ଦୁ ପଞ୍ଚାୟତର ସାନଦୁନ୍ଦୁ ଗ୍ରାମବାସୀବୃନ୍ଦ ସେମାନଙ୍କ ଗାଁର ସମସ୍ୟା ନେଇ ସ୍ଥାନୀୟ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚି ସେମାନଙ୍କ ନ୍ୟାର୍ଯ୍ୟ ଦାବୀପତ୍ର ପ୍ରଦାନ କରିଥିଲେ | ସୂଚନାଯୋଗ୍ୟ, ବଡଦୁନ୍ଦୁ ମୌଜାର ହାଟପିଣ୍ଡା ସାନଦୁନ୍ଦୁ ମୌଜାରେ ତିଆରି କରାଯାଉଥିବାରୁ ଗ୍ରାମବାସୀ ଏହାର ବିରୋଧ କରିଛନ୍ତି | ଯେହେତୁ, ଉକ୍ତ କାର୍ଯ୍ୟଟି ସାନଦୁନ୍ଦୁ ମୌଜାର ନୁହେଁ | ଆଗାମୀ ଦିନରେ ସରକାରୀ ଉନ୍ନତିମୂଳକ କାର୍ଯ୍ୟ ଆସିଲେ, ସେମାନଙ୍କ ମୌଜାରେ ଜାଗା ନ ଥିଲେ ଗ୍ରାମବାସୀ କିଛି ଉନ୍ନତିମୂଳକ କାର୍ଯ୍ୟ କରିପାରିବେ ନାହିଁ | ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବେସରକାରୀ ଜାଗାରେ ଅବସ୍ଥିତ | ଏହାକୁ ଦୃଷ୍ଟିରେ ରଖି, ଗ୍ରାମବାସୀ ଦୃଢ ନିଷ୍ପତ୍ତି ନେଇଛନ୍ତି ଯେ, ଭବିଷ୍ୟତରେ ସେହି ଜାଗାରେ ଗୋଟିଏ ସରକାରୀ ସ୍କୁଲ ଏବଂ ଯେ କୌଣସି ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଉପଯୋଗ କରାଯାଉ | ଏ ସଂକ୍ରାନ୍ତରେ ଗ୍ରାମବାସୀ ମଧ୍ୟ ଜାମଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦାବୀପତ୍ର ପ୍ରଦାନ କରିଥିଲେ | ସାନଦୁନ୍ଦୁଗ୍ରାମବାସୀଙ୍କ କହିବା ଅନୁଯାୟୀ, ଅଲଗା ମୌଜାର କାମ କିପରି ଆମ ଗାଁରେ ହେଉଅଛି, ତାହାକୁ ଆମ୍ଭେ ସଂପୂର୍ଣ୍ଣ ବିରୋଧ କରୁଅଛୁ | ଉକ୍ତ ସମସ୍ୟାର ବିହିତ ପଦକ୍ଷେପ ନେବା ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସାନଦୁନ୍ଦୁର ଗ୍ରାମବାସୀବୃନ୍ଦ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ | ସେମାନଙ୍କ ମଧ୍ୟରେ ବିକ୍ରମ ସର୍ଦ୍ଦାର, ଲକ୍ଷ୍ମଣ କିସ୍କୁ, ଦୁର୍ଗା କିସ୍କୁ , ମହେନ୍ଦ୍ର ନାଏକ, ଛୋଟରାୟ ହେମ୍ବ୍ରମ, ଦାସମାତ ହେମ୍ବ୍ରମ, ମେଘରାୟ ମୁର୍ମୁ, ଦୀପକ ସର୍ଦ୍ଦାର, ମତିଲାଲ ସର୍ଦ୍ଦାର, ଦୁଖୁ ମୁର୍ମୁ, ରାଉତ ସର୍ଦ୍ଦାର, ଲଚ୍ଚୁ ହେମ୍ବ୍ରମ, ଜୁଝାର ହାଁସଦାଃ, ମୋହନ ହେମ୍ବ୍ରମ, ରାମଚନ୍ଦ୍ର ହେମ୍ବ୍ରମ, ଆକାଶ ମୁର୍ମୁ, ରାମଚନ୍ଦ୍ର ମୁର୍ମୁ, ସୁନାରାମ ହେମ୍ବ୍ରମ, କରୁଣାକର ସର୍ଦ୍ଦାର ଓ ଗୁରୁ ପ୍ରସାଦ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ | ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ,









