Search
Close this search box.

ସହର ଭିତରେ କଲରାପତରିଆ ବାଘ ଲୋକେ ଆତଙ୍କିତ କାବୁ କଲା ବନବିଭାଗ ‘

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ। ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ରେସ୍କ୍ୟୁ ଟିମ୍‌ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ନିକଟ ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ କଲେ ବନବିଭାଗର ରେସ୍କ୍ୟୁ ଟିମ୍‌ । ସହରର ଭଞ୍ଜପୁର ଅଞ୍ଚଳରେ ବାଘ ବୁଲୁଥିବା ଅଞ୍ଚଳବାସୀ ଦେଖିଥିଲେ। ସୂଚନା ଅନୁଯାୟୀ, ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ସାହି ଠାରେ ବାଘ ଆତଙ୍କ ଖେଳିଯାଇଥିଲା। ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡିବାକୁ ଯାଉଥିବା ବେଳେ ବାଘଟିକୁ ଦେଖିଥିଲେ । ଏଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସମସ୍ତେ ଭୟଭୀତ ଥିବା ସୂଚନାପାଇ ବନବିଭାଗ ପହଞ୍ଚି ଯୋଜନାବଦ୍ଧ ଭାବେ ବାଘକୁ ଠାବ ପାଇଁ ଅନୁଧ୍ୟାନ କରିଥିଲା । ସୂଚନା ଥାଉ କି, ୨ଦିନ ତଳେ ଶ୍ୟାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା । ବନବିଭାଗ ତାକୁ କାବୁ କରିପାରିନଥିଲା । ଗୁରୁବାର ବାଘ ଜଙ୍ଗଲକୁ ପଳାଇଥିବା ବନବିଭାଗ ସୂଚନା ଦେଇଥିଲା । ତେବେ ସେହି ବାଘଟି ପ୍ରାୟ ଜଙ୍ଗଲ ପରିବର୍ତ୍ତେ ବାରିପଦା ସହର ଅଭିମୁଖେ ପଳାଇଆସିଥିବା କୁହାଯାଉଛି । ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟ ଏମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ ହୋଇଥିଲେ ମଧ୍ୟ ବାସସ୍ଥାନ ଛାଡି ସହର ଭିତରକୁ ପଶିଆସିବା ପଛର ରହସ୍ୟ କଣ। ସେହିପରି ଶିମିଳିପାଳ ଅଭୟାରଣ୍ୟ ଏବେ ମାଫିଆଙ୍କ ଆଡା ପାଲଟିଥିବାନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏମିତିକି ଶିମିଳିପାଳ ଅଭୟାରଣ୍ୟ ଭିତରେ ସକ୍ରିୟ ଅଛନ୍ତି ଶିକାରୀ, କାଠ ସାଙ୍ଗକୁ ପଥର ମାଫିଆ ବୋଲି ଆଲୋଚନା ହେଉଛି। ଯାହାର ପ୍ରତିକାର ସହ ସୁରକ୍ଷା ଦାବିରେ ଜିଲ୍ଲାର ଏକମାତ୍ର ଅଣ ରାଜନୈତିକ ଯୁବଛାତ୍ର ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପିତ ହୋଇଆସୁଛି । ଏମିତିକି ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସ୍ଵାଧୀନପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଭଞ୍ଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ(ବବିଭାଇ) ଙ୍କ ନେତୃତ୍ବରେ ପଦଯାତ୍ରା ସହ ଧାରଣା ପ୍ରଦର୍ଶନ ହୋଇ ଆସିଛି। କିନ୍ତୁ ଏଥିପ୍ରତି ଆନ୍ତରିକତାର ଅଭାବ ଯୋଗୁଁ ଅସୁରକ୍ଷିତ ବନ୍ୟପ୍ରାଣୀ ଶିମିଳିପାଳ ଛାଡି ଏବେ ସହର ସାଙ୍ଗକୁ ଗାଁ ମୁହାଁ।

ମୟୁରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ

Leave a Comment

Read More