Search
Close this search box.

ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ପ୍ରତିଷ୍ଠା କଲା ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର.

ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖା ଆନୁକୂଲ୍ଯରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ସ୍ଥାନୀୟ ଖଡଖାଇ ନଦୀ ନିକଟବର୍ତ୍ତୀ ଗଢ ଠାରେ ଭବ୍ଯ ଆନନ୍ଦଉତ୍ସାହରେ ପ୍ରତିଷ୍ଠିତ ହୋଇଯାଇଛି I ଉକ୍ତ ଅନୁଷ୍ଠାନରୁ ଛାତ୍ରମାନେ ବେଦମନ୍ତ୍ର ଉଚ୍ଚାରଣରେ ଦୀକ୍ଷିତ ହୋଇ କୌଳିକ ଜ୍ଞାନ ଲାଭ କରି ବିଦ୍ବାନ ଓ ଯଶସ୍ବୀ ବ୍ରାହ୍ମଣ ଏଠାରୁ ବାହାରିବେ ବୋଲି ଓଡିଶା ବ୍ରାହ୍ମଣ ମହାସଂଘ ସଭାପତି ଡକ୍ଟର ସଦାନନ୍ଦ ଦିକ୍ଷୀତ ମତବ୍ଯକ୍ତ କରିଥିଲେ I ଏହା ରାଇରଙ୍ଗପୁର ତଥା ବାମନଘାଟୀ ଉପଖଣ୍ଡରେ ଗର୍ବ ଓ ଗୌରବର ବିଷୟ ମନେହୁଏ I ଏହି କାର୍ଯ୍ଯକ୍ରମରେ ଅତିଥି ଭାବେ ୮ ନଂ ୱାର୍ଡ କାଉସିଲର ଦେବସ୍ମିତା ଡଗରା, ବିପ୍ର ଫାଉଣ୍ଡେସନ୍ ର ରାଜ୍ଯ ସଭାପତି ମହେଶ ଶର୍ମା, ରାଇରଙ୍ଗପୁର ବିପ୍ର ଫାଉଣ୍ଡେସନ୍ ର ଉପସଭାପତି ବିଷ୍ଣୁ ଶର୍ମା ଓ ଅଧ୍ଯାପକ କବି ସଂଗ୍ରାମ ଶତପଥୀ ଯୋଗ ଦେଇଥିଲେ I ଏଥିରେ ପ୍ରଥମ ଛାତ୍ର ଭାବେ ସତ୍ଯ ପ୍ରକାଶ ଦୀକ୍ଷିତଙ୍କ ପୁଅ ଶିବାଂଶ ଦୀକ୍ଷିତ ବେଦମନ୍ତ୍ର ପାଠର ଭାର ଗ୍ରହଣ କରିଥିଲେ I ଉକ୍ତ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରୁ ବହୁ ବ୍ରାହ୍ମଣ ଉପସ୍ଥିତି ଥିଲେ I ସେମାନଙ୍କ ମଧ୍ଯରେ ବାମନଘାଟୀ ବ୍ରାହ୍ମଣ ମହାସଂଘ ସଭାପତି ଗଣେଶ ମିଶ୍ର , ଉପସଭାପତି ତରୁଣ କୁମାର ନନ୍ଦ , ଈଶ୍ବର ଚନ୍ଦ୍ର ପ୍ରହରାଜ, ଧୁଳିଆ ନନା, ସୁଶାନ୍ତ କୁମାର ଶର୍ମା, କ୍ରିଷ୍ଣା ଶର୍ମା, ଜୟକୃଷ୍ଣ ଦାଶ, ଗଣେଶ ଦୀକ୍ଷିତ, ମହନ୍ତ କାର୍ତ୍ତିକ ପୁରୀ, ହେମନ୍ତ ଶତପଥୀ, ପୁପୁନ ବାରିକ, ଅବିନାଶ ବଳ ଓ ଟୁନା ପାଣି ପ୍ରମୁଖ ଯୋଗ ଦେଇଥିଲେ I ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ

Leave a Comment

Read More