Search
Close this search box.

ନଦୀ ମଝିରେ ଡଙ୍ଗା ବୁଡି ୪ ମୃତ୍ୟୁ , ୧୦ରୁ ଅଧିକ ନିଖୋଜ

ନଦୀ ମଝିରେ ଡଙ୍ଗା ବୁଡି ୪ ମୃତ୍ୟୁ , ୧୦ରୁ ଅଧିକ ନିଖୋଜ

 

ନଦୀ ମଝିରେ ଡଙ୍ଗା ବୁଡି ୪ ମୃତ୍ୟୁ , ୧୦ରୁ ଅଧିକ ନିଖୋଜ
ନଦୀ ମଝିରେ ଡଙ୍ଗା ବୁଡି ୪ ମୃତ୍ୟୁ , ୧୦ରୁ ଅଧିକ ନିଖୋଜ

ଅଧା ନଦୀ ମଝିରେ ଜଗି ବସିଥିଲା ଯମ l ଡଙ୍ଗାରେ ଯିବା ବେଳେ ଅଧା ନଦୀ ରେ ଡଙ୍ଗା ବୁଡି ଯିବାରୁ ୪ ଜଣ ଙ୍କର ମୃତ ଘଟିଛି l ଆଜି ସକାଳୁ ସ୍କୁଲ ପିଲାଙ୍କୁ ନେଇ ନଦୀ ପାର ହେଉଥିବା ଏକ ଡଙ୍ଗା ବୁଡିଯିବା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଶ୍ରୀନଗରର ବଟୱାରା ଅଞ୍ଚଳରେ ଏହି ଅଭାବାନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନାଅନୁସାରେ, ଆଜି ସକାଳୁ ଦଙ୍ଗାରେ ପରା ହୋଇ ସ୍କୁଲ ଯାଉଥିବା ବେଳେ ନଦୀ ମଝିରେ ଡଙ୍ଗା ବୁଡିଯାଇଥିଲା l ଝେଲମ ନଦୀରେ ଡଙ୍ଗା ପାର ହେଉଥିଲେ ଛାତ୍ରଛାତ୍ରୀ। ହଠାତ୍ ସ୍ରୋତ ପ୍ରଖର ହେବା ପରେ ଡଙ୍ଗାଟି ବୁଡିଯାଇଥିଲା। ତେବେ ଚାଳକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥିଲେ। ମାତ୍ର ପାଣିର ସୁଅ ଅଧିକ ଥିବାରୁ ସମସ୍ତେ ବୁଡିଯାଇଥିଲେ। କିଛି ପିଲାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା। ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକାଧିକ ଶିଶୁ ଏବେବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ତିନିଜଣ ଶିଶୁ ଏସଏମଏଚଏସ ହସ୍ପିଟାଲ ଶ୍ରୀନଗରରେ ଚିକିତ୍ସିତ ହେଉଛନ୍ତି ।ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତେବେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଝେଲମ ନଦୀ ଉପରେ ବ୍ରିଜ ନଥିବାରୁ ଏପରି ଦୁର୍ଘଟଣା ବାରମ୍ୱାର ଘଟୁଛି। ତେବେ ବ୍ରିଜ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଡଙ୍ଗାରେ ପ୍ରାୟ ୧୫ରୁ ଅଧିକ ଛାତ୍ରଛାତ୍ରୀ ଓ ଲୋକ ଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି l

Leave a Comment

Read More