Search
Close this search box.

April 16, 2024

ନିଆଁରେ ଜଳୁଛି ସାରା ଓଡିଶା

ସୂଚନାନୁସାରେ : ଓଡିଶା ବାଶୀଙ୍କୁ ହନ୍ତ ଶାନ୍ତ କରୁଛି ଖରା l ଖରାରୁ ମିଳୁନାହିଁ ତ୍ରାହି l ହଟହଟା କରୁଛି ଖରା l ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ଲୋକେ। ରାତି ନପାହୁଣୁ ଆରମ୍ଭ ହୋଇଗଲାଣି ଗୁଳୁଗୁଳି। ସକାଳ ୭ଟା ବେଳକୁ ଦିନ ୧୧ଟା ପରି ଗରମ ଅନୁଭୂତ ହେଉଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୭ରୁ ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୧୮ ସହର। ୪୧.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାପଛକୁ ରହିଛି ଭୁବନେଶ୍ବର।ଗତକାଲି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି। ଚାନ୍ଦବାଲି ଓ ନୂଆପଡ଼ାରେ ବି ପାରଦ ୪୧.୨ ଡିଗ୍ରୀ ରହିଥିଲା। ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ମାତ୍ର ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ଗୁଳୁଗୁଳି ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କ୍ରିକେଟ୍, ହକି ଓ ଫୁଟବଲ ଭଳି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଅଂଶୁଘାତ ରୋକିବା ଲାଗି ଗତକାଲି ଶ୍ରମିକଙ୍କ କାର୍ଯ୍ୟ ସମୟ ସଙ୍କୁଚିତ କରାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ବୋଲି ସୂଚନା ମିଳିଛି ।

Read More »
ବସ ଓ ହାଇୱା ମୁହାଁମୁହିଁ ଧକ୍କା

ବସ ଓ ହାଇୱା ମୁହାଁମୁହିଁ ଧକ୍କା

ଅନୁଗୋଳ : ବସକୁ ପିଟିଲା ହାଇୱା l ଘଟିଗଲା ଏକ ବଡ ଅଘଟଣ ଚାଲି ଯାଇଛି ୧ ଜୀବନ,୪ ଆହତ l ଅନୁଗୋଳ ଜିଲ୍ଲା ଜରପଡା ଛକରେ ଯାତ୍ରୀବାହୀ ବସ- ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାଇପୁରୁ-ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଡଳଫିନ୍ ବସ ଯାଉଥିବା ବେଳେ ଜରପଡା ଥାନା ନିକଟ ଛକରେ ରାତିରେ ୩ଟା ୩୦ରେ ଏକ ବାଲି ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି।

Read More »
-ଆସନ୍ତା ମାସ ୧ରୁ ଋଣ ନିୟମରେ ହେବ ପରିବର୍ତ୍ତନ ବ୍ୟାଙ୍କ ପାଇଁ ନିର୍ଦ୍ଦେଶନାମା ଜାରି

ଆସନ୍ତା ମାସ ୧ରୁ ଋଣ ନିୟମରେ ହେବ ପରିବର୍ତ୍ତନ ବ୍ୟାଙ୍କ ପାଇଁ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ : ବ୍ୟାଙ୍କ ସହ ବହୁ ଲୋକଙ୍କ ଜଡିତ ରହିବ ଆବଶ୍ୟକ ହୋଇଥାଏ l କାରଣ ବ୍ୟାଙ୍କର ନିୟମ ବଳି ଗୁଡିକ ଜାଣିବା ନିହାତି ଆବଶ୍ୟକ ହୋଇଥାଇ l ଦିନକୁ ଦିନ ବ୍ୟାଙ୍କ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେଉଛି ତେଣୁ ଅପଡେଟ୍ ରହିବା ଜରୁରୀ । ନିକଟ ଭବିଷ୍ୟତରେ ଋଣ ନେବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଅକ୍ଟୋବର ୧ ତାରିଖରୁ RBI ଋଣ ନିୟମରେ କିଛି ପରିବର୍ତ୍ତନ କରିବ । ଏହା ପରେ ନୂତନ ନିୟମ ଅନୁଯାୟୀ ଋଣ ପ୍ରଦାନ କରାଯିବା ନେଇ ଜଈଓ ପକ୍ଷରୁ ସୂଚନା ଦିଆଯାଇଛି । RBI ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଏହି ନିୟମ କେବଳ ବ୍ୟାଙ୍କ ଏବଂ NBFC ଉପରେ ଲାଗୁ ହେବ । ଅକ୍ଟୋବର ୧ ତାରିଖରୁ ରିଟେଲ ଏବଂ MSME ଋଣ ନିୟମରେ ପରିବର୍ତ୍ତନ ହେବ । ଏହି ନିୟମ ଲାଗୁ ହେବା ପରେ ଋଣ ନେଉଥିବା ବ୍ୟକ୍ତିକୁ ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଋଣ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା (KFS) ଦେବାକୁ ପଡ଼ିବ । RBI ଅନ୍ତର୍ଗତ individual borrowers, ଡିଜିଟାଲ ଋଣ ୟୁନିଟ ଏବଂ ସ୍ୱଳ୍ପ ରାଶିର ଋଣ ସମ୍ବନ୍ଧୀୟ ସମସ୍ତ ଚୁକ୍ତି ବିଷୟରେ ସୂଚନା ପ୍ରଦାନ କରାଯିବା ବାଧ୍ୟତାମୂଳକ କରାଯାଇଛି । RBI ଅନ୍ତର୍ଗତ ସମସ୍ତ ଆର୍ଥିକ ସଂସ୍ଥାଗୁଡ଼ିକର ଉତ୍ପାଦକୁ ନେଇ ପାରଦର୍ଶିତା ବଜାୟ ରଖିବା ସହ ଗ୍ରାହକଙ୍କୁ ଋଣ ପ୍ରଦାନ କରାଯିବା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ଋଣ ନେବା ସମୟରେ ଭାବିଚିନ୍ତି ଆର୍ଥିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବ ବୋଲି କହିଛନ୍ତି ।

Read More »
7-ସ୍ତ୍ରୀକୁ ହତ୍ୟା କରିଥିବାରୁ ସ୍ୱାମୀ କୁ ଆଜୀବନ ଦଣ୍ଡାଦେଶ

ସ୍ତ୍ରୀକୁ ହତ୍ୟା କରିଥିବାରୁ ସ୍ୱାମୀ କୁ ଆଜୀବନ ଦଣ୍ଡାଦେଶ

ବନେଶ୍ୱର: ଆଜି ଏକ ଘୋଷଣା କର ଯାଇଛି l ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର ସୋମବାର ଦିନ ରାଜ୍ୟର ବର୍ତ୍ତମାନର ଗରମ ଏବଂ ଆର୍ଦ୍ର ପାଣିପାଗ କାରଣରୁ ସକାଳ 11.00 ରୁ 3.00 PM ମଧ୍ୟରେ ଶ୍ରମିକ କିମ୍ବା ଶ୍ରମିକଙ୍କୁ ନିୟୋଜିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଓଡିଶା ଜିଲ୍ଲା ଉପରେ ଗରମ ଏବଂ ଆର୍ଦ୍ର ଅସ୍ୱାଭାବିକ ପାଣିପାଗ ପରିସ୍ଥିତି ଏବଂ ଉତ୍ତାପ ତରଙ୍ଗ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି, ଭୁବନେଶ୍ୱର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ବାହ୍ୟ କାର୍ଯ୍ୟକଳାପ ପାଇଁ ଉତ୍ତାପ ଅସହ୍ୟ, ଓଡିଶା SRC ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାର କଲେକ୍ଟରଙ୍କୁ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି | “ଏହା ସରକାରଙ୍କ ନଜରକୁ ଆସିଛି ଯେ କେତେକ ଜିଲ୍ଲାରେ ଶ୍ରମିକ / ଶ୍ରମିକମାନେ ଶିଖର ଘଣ୍ଟା ମଧ୍ୟରେ କାର୍ଯ୍ୟ କରୁଛନ୍ତି, ଯାହା ପୂର୍ବରୁ ସୀମିତ ରହିଥିଲା ଏବଂ ଜାଗ୍ରତ ସମୟ ପୁନରସ୍ଥିତିର କରାଯାଇଛି। ଗ୍ରୀଷ୍ମ I ତୁରେ I I.00 AM ରୁ 03.00 PM ପର୍ଯ୍ୟନ୍ତ ଶିଖର ସମୟ ମଧ୍ୟରେ ଶ୍ରମିକ / ଶ୍ରମିକମାନଙ୍କ ଦ୍ୱାରା କାମ କରିବା କଠୋର ନିଷେଧ | ଯଦି ନିର୍ଦ୍ଦେଶଗୁଡ଼ିକର କ dev ଣସି ଭକ୍ତି ଥାଏ, ସଂପୃକ୍ତ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ର ସମ୍ପୃକ୍ତ ବିଭାଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି ବୋଲି ସୂଚନା ମିଳିଛି ।

Read More »
ନଦୀ ମଝିରେ ଡଙ୍ଗା ବୁଡି ୪ ମୃତ୍ୟୁ , ୧୦ରୁ ଅଧିକ ନିଖୋଜ

ନଦୀ ମଝିରେ ଡଙ୍ଗା ବୁଡି ୪ ମୃତ୍ୟୁ , ୧୦ରୁ ଅଧିକ ନିଖୋଜ

ଅଧା ନଦୀ ମଝିରେ ଜଗି ବସିଥିଲା ଯମ l ଡଙ୍ଗାରେ ଯିବା ବେଳେ ଅଧା ନଦୀ ରେ ଡଙ୍ଗା ବୁଡି ଯିବାରୁ ୪ ଜଣ ଙ୍କର ମୃତ ଘଟିଛି l ଆଜି ସକାଳୁ ସ୍କୁଲ ପିଲାଙ୍କୁ ନେଇ ନଦୀ ପାର ହେଉଥିବା ଏକ ଡଙ୍ଗା ବୁଡିଯିବା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଶ୍ରୀନଗରର ବଟୱାରା ଅଞ୍ଚଳରେ ଏହି ଅଭାବାନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନାଅନୁସାରେ, ଆଜି ସକାଳୁ ଦଙ୍ଗାରେ ପରା ହୋଇ ସ୍କୁଲ ଯାଉଥିବା ବେଳେ ନଦୀ ମଝିରେ ଡଙ୍ଗା ବୁଡିଯାଇଥିଲା l ଝେଲମ ନଦୀରେ ଡଙ୍ଗା ପାର ହେଉଥିଲେ ଛାତ୍ରଛାତ୍ରୀ। ହଠାତ୍ ସ୍ରୋତ ପ୍ରଖର ହେବା ପରେ ଡଙ୍ଗାଟି ବୁଡିଯାଇଥିଲା। ତେବେ ଚାଳକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥିଲେ। ମାତ୍ର ପାଣିର ସୁଅ ଅଧିକ ଥିବାରୁ ସମସ୍ତେ ବୁଡିଯାଇଥିଲେ। କିଛି ପିଲାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା। ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକାଧିକ ଶିଶୁ ଏବେବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ତିନିଜଣ ଶିଶୁ ଏସଏମଏଚଏସ ହସ୍ପିଟାଲ ଶ୍ରୀନଗରରେ ଚିକିତ୍ସିତ ହେଉଛନ୍ତି ।ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତେବେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଝେଲମ ନଦୀ ଉପରେ ବ୍ରିଜ ନଥିବାରୁ ଏପରି ଦୁର୍ଘଟଣା ବାରମ୍ୱାର ଘଟୁଛି। ତେବେ ବ୍ରିଜ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଡଙ୍ଗାରେ ପ୍ରାୟ ୧୫ରୁ ଅଧିକ ଛାତ୍ରଛାତ୍ରୀ ଓ ଲୋକ ଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି l

Read More »