
ତତଲା କଢ଼େଇରେ ଭାଜି ହେଉଛି ସାରା ଓଡିଶା
ଭୁବନେଶ୍ବର : ସାରା ରାଜ୍ୟକୁ ପୁଣି ଫେରିଛି ତାତି। ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଆଜି ସକାଳ ୯ଟା ଠାରୁ ପ୍ରବଳ ଖରା ରେ ହନ୍ତ ଶାନ୍ତ ହେଉଛନ୍ତି ଲୋକ ମାନେ ସକାଳ ୯ଟା ସମୟରେ ୩୫% ଡିଗ୍ରୀ ରହିଥିବା ବେଳେ ୧୧ ଟା ପରଠାରୁ ତାପମାତ୍ରା ନଢିବାରେ ଲାଗିଛି l କିଛି ଦିନର ବ୍ୟବଧାନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆଜି ଦିନ ସାଢେ ୧୧ ସୁଦ୍ଧା ୨ ସହରର ତାପମାତ୍ରା ୩୯ ଡିଗ୍ରୀ ପାର କରିଛି। ୩୯.୬ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ବର ଦିନ ୧୧ଟା ୩୦ ସୁଦ୍ଧା ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ବାଲେଶ୍ବର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ଜାରି ରହିଛି। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ତାତି ଜାରି ରହିଛି। ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ସହ ଦିନ ୧୧ଟା ୩୦ ସୁଦ୍ଧା ୨ୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ସେହିପରିବାଲେଶ୍ୱର: ୩୯.୬°C,ଭୁବନେଶ୍ୱର: ୩୯.୨°c ,ଚାନ୍ଦବାଲି : ୩୮.୭°C,ଝାରସୁଗୁଡା: ୩୮.୪°C,କେନ୍ଦୁଝର: ୩୮°C,ହୀରାକୁଦ: ୩୭.୫°C,ରାଉରକେଲା: ୩୭ c ,ସମ୍ବଲପୁର: ୩୬.୮°C ,ଗୋପାଳପୁର: ୩୫.୨°c,ପାରାଦୀପ: ୩୫°C ,ପୁରୀ: ୩୪.୫°c ଏହି ସବୁ ଜିଲା ମାନଙ୍କରେ ଅଧିକ ରୁ ଅଧିକ ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି l









