Search
Close this search box.

ପୁଣି ବଢ଼ିଲା ତୈଳ ଦର

ପୁଣି ବଢ଼ିଲା ତୈଳ ଦର

 

ପୁଣି ବଢ଼ିଲା ତୈଳ ଦର
ପୁଣି ବଢ଼ିଲା ତୈଳ ଦର
ପୁଣି ବଢ଼ିଲା ତୈଳ ଦର
ପୁଣି ବଢ଼ିଲା ତୈଳ ଦର

ସୂଚନାନୁସାରେ : ପୁଣି ବଢ଼ିଲା ତୈଳ ଦର l ଆଗକୁ ଇଲେକ୍ସନ ଅସହୁଥିବା ବେଳେ ସୁନା, ଗ୍ୟାସ , ପରିବା, ଚାଉଳ ଦର ବଢିବାପରେ ଆଜି ତୈଳ ଦର ବୃଦ୍ଧି ହୋଇଛି l ଅନ୍ତର୍ଜାତୀୟ ବଜାରରେ ବଢିଚାଲିଛି ତୈଳ ଦର । ଆହୁରି ବଢିବା ନେଇ ଆଶଙ୍କା ମଧ୍ୟ କରାଯାଉଛି । ଏହାର କାରଣ ରହିଛି ଇରାନ ଇସ୍ରାଏଲ ଯୁଦ୍ଧ । ଏହି କାରଣରୁ ଦିନକୁ ଦିନ ବଢି ଚାଲିଛି ତୈଳ ଦର । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୯୦ ଡଲାର ଟପିଛି ତୈଳ ଦର ।ସେପ୍ଟେମ୍ବର ସୁଦ୍ଧା ତୈଳ ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି । ଗୋଟିଏ ପଟେ ଇସ୍ରାଇଲ ଓ ହମସା ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ଉତ୍ତେଜନା ମୁଳକ ରହିଛି । ତେଣୁ ଏହାର ପ୍ରଭାବ ମଧ୍ୟ ତୈଳ ଦର ଉପରେ ପଡିପାରେ । ପ୍ରତିଦିନ ସକାଳ ୬ଟା ସମୟରେ ଜାରି ହୋଇଥାଏ ପେଟ୍ରୋଲ ଦର । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବା ବେଳେ କିଛି ସହରରେ ଦାମ ଅପରିବତ୍ତିତ ରହିଛି । ଇସ୍ରାଏଲ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଇରାନ। ଏହାର ମୁକାବିଲା କରିବା ପାଇଁ ତୁଙ୍ଗ ନେତା ମାନଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ। ସେହିପରି ଇରାନ ଓ ଇସ୍ରାଏଲ ଉପରେ ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରିଛି ବିଦେଶ ମନ୍ତ୍ରଣାଳୟ। ଏବେ ଏହି ଦୁଇ ଦେଶରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାର୍ମଶ ଦିଆଯାଇଛି ବୋଲି ସୂଚନା ମିଳିଛି।

Leave a Comment

Read More