Search
Close this search box.

April 13, 2024

ପୁଣି ବଢ଼ିଲା ତୈଳ ଦର

ପୁଣି ବଢ଼ିଲା ତୈଳ ଦର

ସୂଚନାନୁସାରେ : ପୁଣି ବଢ଼ିଲା ତୈଳ ଦର l ଆଗକୁ ଇଲେକ୍ସନ ଅସହୁଥିବା ବେଳେ ସୁନା, ଗ୍ୟାସ , ପରିବା, ଚାଉଳ ଦର ବଢିବାପରେ ଆଜି ତୈଳ ଦର ବୃଦ୍ଧି ହୋଇଛି l ଅନ୍ତର୍ଜାତୀୟ ବଜାରରେ ବଢିଚାଲିଛି ତୈଳ ଦର । ଆହୁରି ବଢିବା ନେଇ ଆଶଙ୍କା ମଧ୍ୟ କରାଯାଉଛି । ଏହାର କାରଣ ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଏହି କାରଣରୁ ଦିନକୁ ଦିନ ବଢି ଚାଲିଛି ତୈଳ ଦର । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୯୦ ଡଲାର ଟପିଛି ତୈଳ ଦର ।ସେପ୍ଟେମ୍ବର ସୁଦ୍ଧା ତୈଳ ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି । ଗୋଟିଏ ପଟେ ଇସ୍ରାଇଲ ଓ ହମସା ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ଉତ୍ତେଜନା ମୁଳକ ରହିଛି । ତେଣୁ ଏହାର ପ୍ରଭାବ ମଧ୍ୟ ତୈଳ ଦର ଉପରେ ପଡିପାରେ । ପ୍ରତିଦିନ ସକାଳ ୬ଟା ସମୟରେ ଜାରି ହୋଇଥାଏ ପେଟ୍ରୋଲ ଦର । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବା ବେଳେ କିଛି ସହରରେ ଦାମ ଅପରିବତ୍ତିତ ରହିଛି । ଇସ୍ରାଏଲ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଇରାନ। ଏହାର ମୁକାବିଲା କରିବା ପାଇଁ ତୁଙ୍ଗ ନେତା ମାନଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ। ସେହିପରି ଇରାନ ଓ ଇସ୍ରାଏଲ ଉପରେ ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରିଛି ବିଦେଶ ମନ୍ତ୍ରଣାଳୟ। ଏବେ ଏହି ଦୁଇ ଦେଶରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାର୍ମଶ ଦିଆଯାଇଛି ବୋଲି ସୂଚନା ମିଳିଛି।

Read More »
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହେବ

ସୂଚନାନୁସାରେ, ଘୋଷଣା ହେବ ଆଜି ପାର୍ଥି ତାଲିକା l ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବରଗଡ଼ ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ଏଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର। ତୋମାର କହିଛନ୍ତି ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ ଆସନରେ ଦଳର ପ୍ରାର୍ଥୀ ଘୋଷଣା ସରିଯିବ। ଏହିକ୍ରମରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ଆଉ ୩୫ ଆସନରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି। ତିନି ଦଳର କେତେ ଟିକେଟ୍ ଆହୁରି ଘୋଷଣା ହେବାକୁ ବାକି ରହିଛି। ଯଦି ବିଧାନସଭା ଉପରେ ନଜର ପକାଇବା ତାହେଲେ ଶାସକ ବିଜେଡି ଏବେ ଯାଏଁ ୧୧୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆହୁରି ୩୦ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା। ବିଜେଡି ସମସ୍ତ ୨୧ ଲୋକସଭା କ୍ଷେତ୍ରରେ ନିଜ ଯୋଦ୍ଧାଙ୍କୁ ଓହ୍ଲାଇ ସାରିଛି। ସେହିପରି ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୧୨ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି। ଏବେ ବି ବିଜେପିର ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ସବୁଠୁ ପଛରେ ରହିଛି କଂଗ୍ରେସ। ଏବେ ବି ୧୦୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ହାତ, ଏପରିକି ମାତ୍ର ୮ଟି ଲୋକସଭା କ୍ଷେତ୍ର ପାଇଁ ହିଁ ପ୍ରାର୍ଥୀ ନାଁ ଘୋଷଣା କରିଛି ଦଳ ବୋଇଲି ସୂଚନା ମିଳିଛି

Read More »
ଆକାଶ ଛୁଆ ସୁନା ଦର ବୃଦ୍ଧି

ଆକାଶ ଛୁଆ ସୁନା ଦର ବୃଦ୍ଧି

ସୂଚନାନୁସାରେ , ବର୍ତମାନ ବିବାହ ସମୟ ଚାଲିଥିବା ବେଳେ ସୁନା ଦର ବଢିବାରେ ଲାଗିଛି l ସୁନା ଦୋକାନୀ ମାନେ ଖୁସି ଥିବାବେଳେ ବହୁ ଗ୍ରାହକ ମାନେ ମନ ଦୁଃଖରେ ଘରକୁ ପେରୁଛନ୍ତି l ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୫୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୫୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୫୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୨୦୦ ଟଙ୍କା ରହିଛି । କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୬,୬୫୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୩,୨୦୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୯ ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୧୨ ଗ୍ରାମ ୧୦୦ପିଛା ୮,୯୦୦ ଓ ୧ କେଜି ପିଛା ୮୯,୦୦୦ ଟଙ୍କା ରହିଛି। ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୧୦ ଟଙ୍କା ହୋଇଛି। ନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୨୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୨୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୨,୯୬୦ ଟଙ୍କା ରହିଛି । କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୬,୭୨୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୩,୭୬୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୨୦ ଗ୍ରାମ ପିଛା ୯,୦୦୦ ଓ ୧ କେଜି ପିଛା ୯୦,୦୦୦ ଟଙ୍କା ରହିଛି। ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। ବଢୁଥିବା ସୁନା ଡର କୁ ନାଇଁ କି ବର୍ତମାନ ଚିନ୍ତାରେ ସାରା ଓଡିଶା ଲୋକମାନେ l

Read More »
ବୋମାତିଆରି କରୁଥିବା ସମୟରେ ହେଲା ବିସ୍ଫୋରଣ ୧ ମୃତ ,୩ ଆହତ

ବୋମାତିଆରି କରୁଥିବା ସମୟରେ ହେଲା ବିସ୍ଫୋରଣ ୧ ମୃତ ,୩ ଆହତ

ନୂଆଦିଲ୍ଲୀ : ଭୟଙ୍କର ବିସ୍ଫୋରଣ ରେ ୧ ମୃତ ,୩ ଆହତ ହୋଇଥିବା ବେଳେ ଭୟଙ୍କର ଶବ୍ଦ ଶୁଣି ଛାନିଆ ହୋଇ ଗ୍ରାମ ବେଶୀ ଲିକ ମାନେ ନିଜ ନିଜ ଘରୁ ଦୌଡ଼ି ପଳାଇଛନ୍ତି l ବୋମା ତିଆରି କରୁଥିବା ବେଳେ ହେଲା ବିସ୍ଫୋରଣ l ଗତ ଶୁକ୍ରବାର ସନ୍ଧ୍ୟାରେ ବଙ୍କା ଜିଲ୍ଲାର ଧୋରିଆର ଅହିରୋ ଗ୍ରାମରେ ରୋଷେଇ କରିବା ସମୟରେ ବୋମା ବିସ୍ଫୋରଣ ହେବା ପରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାରେ ମୋହଦ୍ ଇସମାଇଲର ପୁଅ ମୁସ୍ତାଫା (୧୦) ଏବଂ କୁର୍ବାନ (୮) ଏବଂ ମହମ୍ମଦ ସଦ୍ଦାମଙ୍କ ପୁତ୍ର ସାନା ଉଲ୍ଲା (୫) ଏବଂ ଆଶିଶନାଇଙ୍କ ପୁଅ ଅବୁ ହନିଫା (୭) ଗୁରୁତର ଆହତ ହୋଇଥିଲେ । ସୂଚନା ପାଇବା ମାତ୍ରେ ଧୋରିଆ ପୋଲିସ ଷ୍ଟେସନ ମୁଖ୍ୟ ଅଶୋକ କୁମାର ତାଙ୍କ ଟିମ୍ ସହିତ ଅହିରୋ ଗ୍ରାମରେ ପହଞ୍ଚିଥିଲେ ଏବଂ ସମସ୍ତ ଆହତ ପିଲାମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଧୋରିଆ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଡକ୍ଟର ମାଣିକା ସମସ୍ତ ଶିଶୁଙ୍କୁ ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ ଭାଗଲପୁରର ମାୟାଗଞ୍ଜ ଡାକ୍ତରଖାନାକୁ ପଠାଇଥିଲେ । ମାୟାଗଞ୍ଜରେ ବିଳମ୍ବିତ ରାତିରେ ଚିକିତ୍ସା ସମୟରେ କୁର୍ବାନଙ୍କର ମୃତ୍ୟୁ ହୋଇଥିଲା । ଇସମାଇଲଙ୍କ ଘରୁ ପୋଲିସ ବୋମା ତିଆରି ସାମଗ୍ରୀ ମଧ୍ୟ ଉଦ୍ଧାର କରିଛି । ମୋ ଇସମାଇଲଙ୍କ ଘରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର କିଛି କ୍ଷଣ ମଧ୍ୟରେ ଚିତ୍କାର କରି ସମଗ୍ର ଗାଁ ଥରି ଉଠିଲା । ଇସମାଇଲଙ୍କ ଘର ସମେତ ସମଗ୍ର ପଡ଼ୋଶୀ ଘରଗୁଡ଼ିକ ଧୂଆଁରେ ପୂରି ଯାଇଥିଲା । ଆହତ ଅବସ୍ଥାରେ ପିଲାମାନେ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ । ପୋଲିସ ସେଠାରେ ପହଞ୍ଚି ପଚରାଉଚରା ପାଇଁ ଅନେକ ମହିଳାଙ୍କୁ ପୋଲିସ ଷ୍ଟେସନକୁ ନେଇଥିବା ଜଣାପଡିଛି।

Read More »