ଦ୍ବିତୀୟ ଦିନରେ ମୟୂରଭଞ୍ଜରେ ମାରାଥନ ସମୀକ୍ଷା କରୁଛନ୍ତି5T ସଚିବ । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ବାଙ୍ଗିରିପୋଷି କଲାବାଡ଼ିଆ ଫୁଟବଲ ପଡିଆରେ ଆୟୋଜିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । 5T ସଚିବଙ୍କୁ ପାଖରେ ପାଇ ହୁଳ ହୁଳି ପକାଇ ସ୍ବାଗତ କରିଥିଲେ ମହିଳା । ଲୋକଙ୍କୁ ଭେଟିବା ସହ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ । ଯେଉଁ ସବୁ ସମସ୍ୟା ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ।
ଏଇଟା ପ୍ରଥମ ପର୍ଯ୍ୟାୟ ଅନୁଦାନ, ଭଲ କାମ କଲେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଅନୁଦାନ ବି ମିଳିବ ବୋଲି କହିଥିଲେ 5T ସଚିବ। ମୁଖ୍ୟମନ୍ତ୍ରୀ ଏତେ ସବୁ ଦେଇଛନ୍ତି, ଏବେ ତମେ ମାନେ ସ୍ୱପ୍ନ କୁ ସାକାର କର। ମୁଁ ବି ଗାଁ ରୁ ଆସିଛି। ସ୍କୁଲକୁ ୨୦ କିଲୋମିଟର ସାଇକେଲରେ ଯାଉଥିଲି ବୋଲି କହିଛନ୍ତି 5T ସଚିବ।









