ଆଜି ରାଇରଙ୍ଗପୁର ସହର ଅଧିନସ୍ତ ଇଚିଣ୍ଡା କୱାଡିବାଲା ନିକଟରେ ଅଜଣା ନବଜାତ ମୃତ ଶିଶୁକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି | ଘଟଣାରୁ ଯାହା ଜଣାପଡିଛି, ଗତକାଲି ରାତିରେ କେହି ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଫିଙ୍ଗିଦେଇଥିଲେ | ବୁଲା କୁକୁର ସେହି ଶିଶୁ ଅଣ୍ଟା ତଳକୁ ଖାଇ ଦେଇଥିବା ବେଳେ କେବଳ ମୁଣ୍ଡ,ହାତ ଓ ପେଟ ଦେଖାଯାଉଛି | ଏହି ନେଇ ରାଇରଙ୍ଗପୁର ଟାଉନଥାନାରେ ଅପମୃତ୍ୟୁ ମାମଲା କେଶ ନଂ ୧୪ (୨୧-୫-୨୩) ରେ ରୁଜୁ କରାଯାଇଛି | ରାଇରଙ୍ଗପୁର ଉପଖଣ୍ଡ ମାଜିଷ୍ଟ୍ରେଟ ଶକୁନ୍ତଳା ହାଁସଦାଃ ଡାକ୍ତରଖାନା ପହଞ୍ଚି ଘଟଣାର ତନାଘନା କରିଥିଲେ |ସେହି ଶିଶୁକୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଶରୀର ବ୍ୟବଛେଦ କରାଯାଇଛି | ତାର ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି | ଏ ଘଟଣା ନେଇ ରାଇରଙ୍ଗପୁର ସହରରେ ହଇଚଇ ସୃଷ୍ଟିହୋଇଛି |
https://youtu.be/ufuTdUOXme8









