Search
Close this search box.

LIC ଅଛି କି ? ୨.୪୦ ଲକ୍ଷ ଟଙ୍କା କ୍ଷତି Have LIC? 2.40 lakh loss of Rs

ଆଜକୁ ଠିକ୍ ଏକ ବର୍ଷ ପୂର୍ବେ ଅର୍ଥାତ ୨୦୨୨ ମେ’ ୧୭ ତାରିଖରେ ଭାରତୀୟ ସେୟାର ବଜାରରେ ସବୁଠାରୁ ବଡ ଆଇପିଓ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ଲିଷ୍ଟିଂ ହୋଇଥିଲା । ନିବେଶକମାନେ ଭଲ ଲାଭ ଆଶାରେ ଏଲଆଇସି ଆଇପିଓରେ ନିବେଶ କରିଥିଲେ । ମାତ୍ର ଗୋଟିଏ ବର୍ଷ ପରେ ନିବେଶକମାନେ ନିରାଶ ହୋଇଛନ୍ତି । କାରଣ ଏଲଆଇସି ଆଇପିଓ ଏବେ ୪୦ ପ୍ରତିଶତ କ୍ଷତିରେ ଟ୍ରେଡିଂ ହେଉଛି ।

ଗୋଟିଏ ବର୍ଷ ପୂର୍ବେ ଆଇପିଓ ମାଧ୍ୟମରେ ୨୦୫୫୭ କୋଟି ଟଙ୍କା ବଜାରରୁ ଆଦାୟ କରିଥିଲା । କମ୍ପାନୀ ତରଫରୁ ପ୍ରତି ସେୟାରର ମୂଲ୍ୟ ୯୪୯ ଟଙ୍କା ରଖିଥିଲା । ହେଲେ ଷ୍ଟକ ମାର୍କେଟରେ ଲିଷ୍ଟିଂ ହେବାର ଗୋଟିଏ ବର୍ଷ ମଧ୍ୟରେ ଏଲଆଇସି ସେୟାର ୪୦ ପ୍ରତିଶତ କ୍ଷତିରେ ଚାଲିଛି । ଏଣୁ ଏବେ ପ୍ରତି ସେୟାରର କିଣା ମୂଲ୍ୟ ୯୪୯ ଟଙ୍କା ରହିଥିବା ବେଳେ ଏହା ୫୬୯ ଟଙ୍କାରେ ପହଂଚିଛି । ଆଇପିଓ ମୂଲ୍ୟ ହିସାବରେ କମ୍ପାନୀର ମାର୍କେଟ କାପିଟାଲାଇଶନ ୬ ଲକ୍ଷ କୋଟି ପାଖାପାଖି ଥିବା ବେଳେ ଏହା ଏବେ ୩.୬୦ ଲକ୍ଷ କୋଟିକୁ ଖସି ଆସିଛି । ଅର୍ଥାତ ଏଲଆଇସି ଆଇପିଓ ସେୟାର ମାର୍କେଟରେ ଲିଷ୍ଟିଂ ହେବାର ଗୋଟିଏ ବର୍ଷ ମଧ୍ୟରେ ନିବେଶକ ୪୦ ପ୍ରତିଶତ କ୍ଷତି ସହିଛନ୍ତି ।

 

Leave a Comment

Read More