କର୍ଣ୍ଣାଟକ ନିର୍ବାଚନ ଫଳ ପରେ ନରମିଲେ ଦିଦି । କଂଗ୍ରେସ ପ୍ରତି ବଦଳିଛି ଫାୟାର ବ୍ରାଣ୍ଡ ଲିଡର ମମତା ବାନାର୍ଜୀଙ୍କ ଆଭିମୁଖ୍ୟ । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବା ନେଇ ଦିଦି କହିଛନ୍ତି । କହିଛନ୍ତି- ଯେଉଁ ସବୁ ରାଜ୍ୟରେ କଂଗ୍ରେସ ପ୍ରମୁଖ ଦଳ ରହିଛି ସେହି ସବୁ ରାଜ୍ୟରେ କଂଗ୍ରେସକୁ ଟିଏମସି ସମର୍ଥନ କରିବାକୁ ପ୍ରସ୍ତୁତ । ତେବେ କଂଗ୍ରେସ ବି ଟିଏମସି ପ୍ରତି ସମାନ ଆଭିମୁଖ୍ୟ ପ୍ରଦର୍ଶନ କରିବା ଉଚିତ ବୋଲି ସେ କହିଛନ୍ତି ।









