କଂକ୍ରିଟ୍ ତଳୁ ବାହାରିଲା ବାଲି ବସ୍ତା । ସରକାରୀ ଟଙ୍କା ହରିଲୁଟ୍ କରିବାର ନୂଆ ତରିକା । ବିନା ଫଳକରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ବିଭାଗୀୟ ଅଧିକାରୀ । କଂକ୍ରିଟ କାନ୍ଥରୁ ବାଲି ବସ୍ତା ବାହାରିବା ପରେ ପଦାକୁ ଆସିଛି କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ପ୍ରକଳ୍ପ କରାଯାଉଛି । ସିଆଳିଆ ପଞ୍ଚାୟତରେ ଜଳସେଚନ୍ ପାଇଁ ହେଉଥିବା କାମ ଗୁଡିକ ଅତି ନିମ୍ନମାନର ହେଉଛି









