ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡିବାର ପ୍ରତୀକ୍ଷା ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡାଣର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ଉତ୍ସବ ମୁଖର ହୋଇଥିଲା ବିମାନବନ୍ଦର । ଏଣିକି ଏହି ବିମାନରେ, ସାରା ବିଶ୍ୱର ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ ପାଲଟିଥିବା ଦୁବାଇକୁ ଯାଇପାରିବେ ଓଡିଶାର ବିଭିନ୍ନ ବର୍ଗର ଲୋକ । । ଆଉ ପ୍ରଥମ ବିମାନରେ ମିଶନ ଶକ୍ତି ମହିଳାଙ୍କ ସମେତ, ଖେଳାଳି, ନେତା ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜ୍ଜନ କରିଥିବା ୧୭୦ ଜଣ ବ୍ୟକ୍ତି ଦୁବାଇ ଯାଇଛନ୍ତି ।









