Search
Close this search box.

ଉଡାଇଲା ଓ ବୁଡାଇଲା ମୋକା Moka flew and sank

ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ବାତ୍ୟା ମୋକା। ବାଂଲାଦେଶର କକ୍ସବଜାର ଓ ଉତ୍ତର ମିଆଁମାର ଉପକୂଳ ମଧ୍ୟରେ ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁଛି ମୋକା । ପ୍ରଭାବରେ ବାଂଲାଦେଶ, ମିଆଁମାର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୨ ଶହ କିଲୋମିଟର ବେଗରେ ପବନ ବହିଛି । ଭାଙ୍ଗି ଯାଇଛି ବିରାଟ ଗଛ, ଘର । ଭୁଶୁଡ଼ି ପଡ଼ିଛି ବିଦ୍ୟୁତ ଭିତ୍ତିଭୂମି । ଚାରିଆଡ଼େ ବିପର୍ଯ୍ୟସ୍ତ କରିପକାଇଛି ବାତ୍ୟା । ସମୁଦ୍ରରେ ଉଚ୍ଚ ଜୁଆର ସହିତ ପ୍ରବଳ ବର୍ଷା ଜନ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି । ବାଂଲାଦେଶର କକ୍ସବଜାର, ଚଟ୍ଟଗ୍ରାମ ଓ ପାୟରା ବନ୍ଦରରେ ଆଲର୍ଟ ଜାରି କରାଯାଇଛି । ଗତ ଦୁଇ ଦଶନ୍ଧି ଭିତରେ ମୋକା ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ।

 

Leave a Comment

Read More