ଋଷକୁ ଜବରଦସ୍ତ ଝଟକା । ୟୁକ୍ରେନ ସୀମାନ୍ତରେ ଋଷର ସାମରିକ ଯୁଦ୍ଧବିମାନକୁ ଖସାଇ ଦେଇଥିବା ନେଇ ଦାବି କରିଛି ୟୁକ୍ରେନ । ଋଷର ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି ୟୁକ୍ରେନ ସୀମାରେ ଉଡୁଥିବାବେଳେ ନିଜ ଦେଶର ଦୁଇଟି ଫାଇଟର ଜେଟ ଓ ଦୁଇଟି ମିଲିଟାରୀ ହେଲିକପ୍ଟରକୁ ଖସାଇଦିଆଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବରିଷ୍ଠ ପରାମର୍ଶଦାତା ମିଖାଇଲୋ ପୋଦୋଲିକ କହିଛନ୍ତି ଋଷ ନିଜର କର୍ମଫଳ ପାଇଛି ।









