ଆଜି ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ ଦର୍ଶାଇଦେଲା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କେତେ।
ଝାରସୁଗୁଡ଼ାରେ ବାଜିମାତ୍ । ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିପୁଳ ସଂଖ୍ୟାର ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି । ୪୮ ହଜାର ୬୩୧ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ପରାସ୍ତ କରିଛନ୍ତି ଦୀପାଳି ଦାସ ।
ତେବେ ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହଜାର ୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୭୫ ଖଣ୍ଡ ଭୋଟ ପାଇଛନ୍ତି । ଏହାବାଦ୍ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪୪୫୧ ଖଣ୍ଡ ଭୋଟ ପାଇଛନ୍ତି ।
ପ୍ରଥମ ରାଉଣ୍ଡ : ବିଜେଡ଼ି ପ୍ରାର୍ଥୀ ୫୯୪୪ ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ୩୨୩୮ ଖଣ୍ଡ ଭୋଟ। କଂଗ୍ରେସ ଦଳ ୧୨୩ ଖଣ୍ଡ ଭୋଟ ପାଇଛି ।
ଶେଷ ରାଉଣ୍ଡ : ବିଜେଡି ପ୍ରାର୍ଥୀ ୧୦୭୦୦୩ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ୫୮୩୮୪ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୪୪୭୩ ଖଣ୍ଡ ଭୋଟ ପାଇଛନ୍ତି।









