Search
Close this search box.

ହାତରେ ଫୁଟିଲା ମୋବାଇଲ ଚାଲିଗଲା ଜୀବନ Kerala: Eight-year-old girl dies after phone explodes in hand |

ହାତରେ ଫୁଟିଲା ମୋବାଇଲ ଆଖି ବୁଜିଲେ ତୃତୀୟା ଶ୍ରେଣୀର ଛାତ୍ରୀ , ମୋବାଇଲ କେତେ ବିପଦ ପୁର୍ଣ୍ଣ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି , କିପରି ହାତରେ ଫୁଟିଯାଇଛି ମୋବାଇଲ ଏବଂ ତୃତୀୟ ଶ୍ରେଣୀର କୁନି ଛାତ୍ରୀ ଆଖି ଵୁଜିଛନ୍ତି, ଏହି ବିସ୍ଫୋରଣରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହେବା ଫଳରେ ପରିବାର ଲୋକେ ହସ୍ପିଟାଲ ନେଇଥିଲେ ,
ତେଵେ ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳର ଥ୍ରିସୁରରେ , ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଝିଅର ନାମ ହେଉଛି ଆଦିତ୍ୟା ଶ୍ରୀ ,
ଆଜି ପରି ଦିନରେ ପ୍ରତି ଘରେ ପିଲାମାନେ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି , ଘଣ୍ଟା ଘଣ୍ଟା ଧରି ପିଲାମାନେ ମୋବାଇଲ ଦେଖୁଛନ୍ତି , ଛୋଟ ଛୋଟ ପିଲାମାନେ ଖେଳିବା ବୁଲିବା ଛାଡି ଘରେ ମୋବାଇଲ ରେ ବ୍ୟସ୍ତ ରହୁଛନ୍ତି , ଯାହା କି ସେମାନଙ୍କ ପାଇଁ ଏକ ବିପଦର କାଳ ସାଜିଛି , ଆଉ ପିଲାମାନଙ୍କ ଏହି ସୌକ କିପରି ଜୀବନ ନେଇ ପାରେ ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ,

ତେବେ ଏହି ବିପଦରୁ ଆମେ କିପରି ଵଞ୍ଚି ପାରିଵା ଵା ଏହି ବିପଦକୁ କିପରି ଏଡାଇ ପାରିବା ଏ ନେଇ ଆଇଟି ଏକ୍ସପୋର୍ଟ ମାନେ ସତର୍କତା ଉପରେ କିଛି ଟିପ୍ସ ଦେଇଛନ୍ତି , ଯାହାକୁ ଅନୁସରଣ କରିବା ପରେ ଏହି ସମସ୍ୟାରୁ ବଞ୍ଚି ପାରିବେ ,
ପ୍ରଥମ ହେଲା ମୋବାଇଲ ଚାର୍ଜରେ ବସାଇ କଥା ହୁଅନ୍ତୁ ନାହିଁ ,
ରାତିସାରା ମୋବାଇଲ ଚାର୍ଜ କରନ୍ତୁ ନାହିଁ
ମୋବାଇଲ ରେ ଅନ୍ୟ ବ୍ରାଣ୍ଡ ର ଚାର୍ଜର ବା ବ୍ୟାଟେରୀ ବ୍ୟବହାର କରନ୍ତୁ ନାହିଁ , ଫୁଲିଥିବା ମୋବାଇଲ ବ୍ୟାଟେରୀ ବ୍ୟବହାର କରନ୍ତୁ ନାହିଁ। ତେବେ ଏହି ପରି ଅଭ୍ୟାସ କୁ ତୁରନ୍ତ ବଦଳାନ୍ତୁ ଏବଂ ନିଜ ଜୀଵନ ବଞ୍ଚାନ୍ତୁ । ବ୍ୟୁରୋ ରିପୋର୍ଟ ଜନସ୍ବର ନିୟୁଜ ।

 

Leave a Comment

Read More