Search
Close this search box.

ହୋ ଭାଷାକୁ ଦ୍ଵିତୀୟ ରାଜଭାଷା ମାନ୍ୟତା ଦାବୀ ପାଇଁ ଦୁଲୁକିଲା ଠାକୁରମୁଣ୍ଡା

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କୋହ୍ଲ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ଠାକୁରମୁଣ୍ଡା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଯାହାକି ହୋ ଭାଷାକୁ ଓଡ଼ିଶାର ଦ୍ଵିତୀୟ ରାଜଭାଷା ମାନ୍ୟତା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।ହୋ ଭାଷା ଭାରତ ବର୍ଷର ଏକ ସର୍ବ ପୁରାତନ ଭାଷା ଅଟେ। ଯାହାର ନିଜସ୍ୱ ଲିପି ସମୃଦ୍ଧ ମୈଖିକ ଓ ଲିଖିତ ସାହିତ୍ୟ ରହିଛି।ଆମ ଦେଶର ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡ଼ ରାଜ୍ୟରେ ପ୍ରାୟ ୩୫ ଲକ୍ଷରୁ ଅଧିକ ଲୋକ ଏହି ଭାଷାକୁ ବ୍ୟବହାର କରୁଛନ୍ତି।ଆମ ରାଜ୍ୟ ଓଡ଼ିଶାରେ ପ୍ରାୟତଃ ୧୫ ଲକ୍ଷରୁ ଉର୍ଦ୍ଧ ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ଏହି ଭାଷାକୁ ବ୍ୟବହାର କରୁଛନ୍ତି। ସେମାନେ ପାଞ୍ଚଟି ଦାବି ନେଇ,ଯଥା -ଓଡିଶାରେ ହୋ ଭାଷାକୁ ଦ୍ଵିତୀୟ ରାଜଭାଷା ମାନ୍ୟତା ପ୍ରଦାନ କରାଯାଉ,ହୋ ଭାଷାରେ ପ୍ରାକ ପ୍ରାଥମିକ ବିଦ୍ୟାଳୟ ପାଇଁ ନୂଆ ଅରୁଣିମା ପୁସ୍ତକ ପ୍ରଚଳନ କରିବା,ହୋ ଭାଷାକୁ ମହାବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମ ପ୍ରଚଳନ କରିବା,ହୋ ଭାଷାକୁ ଗଣମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ ଓ ଅଶି ପ୍ରତିଶତରୁ ହୋ ଜନଜାତିର ଛାତ୍ରଛାତ୍ରୀ ଥିବା ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ବହୁଭାଷୀ ଶିକ୍ଷା
ଯୋଜନା ଲାଗୁ କରାଯିବା ସହ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରାଯାଉ ।ଏହି ଶୋଭାଯାତ୍ରାରେ ସର୍ବଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ସଂପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସିଂଙ୍କ ନେତୃତ୍ବରେ ଜିଲ୍ଲା ହୋ ଭାଷା ଯୁଗ୍ମ ସଂପାଦକ ଗୈରାଙ୍ଗ ବାନ୍ଦିଆ, ହୋ ଛାତ୍ର ସଂଗଠନ ସକ୍ରିୟ କର୍ମୀ ରସାନନ୍ଦ ହାଁସଦା, ରମାକାନ୍ତ ହେମ୍ବ୍ରମ, ରାମଚନ୍ଦ୍ର ବଦ୍ରା, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ,ସାଲେଇବେଡା ପଞ୍ଚାୟତର ପୂର୍ବତନ ସରପଂଚ ଶୁକଲାଲ ହୋ, ସମାଜସେବୀ ପୂଷ୍ପାଞ୍ଚଳୀ ସିଦ୍ଧୁ ପ୍ରମ୍ମୁଖଙ୍କ ସମେତ ହୋ ଜନଜାତିର ଶତାଧିକ କର୍ମୀ ଯୋଗ ଦେଇଥିଲେ।

 

Leave a Comment

Read More