ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମର ଲୋକୋ ସାହିରୁ ତେବେ ବଜ୍ରାଘାତ ଯୋଗୁଁ ଦୁଇ ଯୁବକ ଙ୍କ ମର୍ତ୍ୟୁ ଘଟିଥିବା ସୂଚନା ମିଳିଛି , ତେବେ ଦରି ଗ୍ରାମର ଲୋକୋ ସାହି ନିକଟରେ ସନ୍ଧ୍ୟା ପ୍ରାୟ 6 ଘଟିକା ସମୟରେ ବଜ୍ରାଘାତ ହୋଇଥିଲା ଗ୍ରାମର ଦୁଇ ଯୁବକ କୌଣସି କାରଣରୁ ସେପଟେ ଯାଇଥିଲେ ଏବଂ ଉଭୟ ଗଛମୂଳରେ ଠିଆ ହୋଇଥିବା ବେଳେ ହଟାତ ବ୍ରଜପାତ ହୋଇଥିଲା,ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ତେବେ ଗ୍ରାମବାସୀ ମାନେ ଖବର ପାଇ ତୁରନ୍ତ କରଞ୍ଜିଆ ହସ୍ପିଟାଲ କୁ 108 ଆମ୍ବୁଲାନ୍ସ ଯୋଗେ ଆଣିଥିଲେ, ହେଲେ ଡାକ୍ତର ସେଠାରେ ଦୁଇ ଯୁବକଙ୍କୁ ମୃତ ଘଷଣା କରିଥିଲେ,ମୃତକ ଦୁଇ ଜଣ ହେଲେ ନନ୍ଦୀ ପୂର୍ତ୍ତି ଯାହାଙ୍କ ବୟସ 24 ଏବଂ ଅନ୍ୟ ଜଣେ ଲମ୍ରlରା ପୂର୍ତ୍ତି ତାଙ୍କ ବୟସ 25 ହୋଇଥିବା ବେଳେ ଦୁଇଜଣ ସମ୍ପର୍କୀୟ କାକା ଏବଂ ପୁତୁରା ବଲି ଜଣା ପଡିଛି ତେବେ ଉଭୟ ଦରି ଗ୍ରାମର ଲୋକୋ ସାହି ର ହୋଇଥିବାର ଜଣା ପଡିଛି, ତେବେ ଆଜି ଉଭୟଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତ କରାଯାଇଥିବା ସୂଚନା ମିଳିଛି |









