Search
Close this search box.

ପଲସରରେ ଆସିଲେ ଝାମ୍ପି ନେଲେ Bike-Borne Men Snatch Gold Chain Of A Woman

ସକ୍ରିୟ ଲୁଟେରା, ନିରୁପାୟ ପୋଲିସ। ପଲସର ମଟର ସାଇକେଲରେ ଆସିଲେ।ଗାଁ ଦାଣ୍ଡରେ ମହିଳାଙ୍କ ବେକରୁ ଲୁଟେରା ଝାମ୍ପି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ତେବେ ମହିଳାଙ୍କ ବେକରେ ଥିଲା ଏକ ରାଣୀହାର ଏବଂ ଗୋଟେ ମଙ୍ଗଳସୁତ୍ର। ହୋ ହା ହଉ ହଉ ଆଖି ପିଛୁଳାକେ ପଲସର ମଟର ସାଇକେଲରେ ଖସି ପଳାଇଲେ ଲୁଟେରା। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ବଇଞ୍ଚିଡିହାରୁ। ସୂଚନାଯୋଗ୍ୟ ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଧନଞ୍ଜୟ ପାଳଙ୍କ ଝିଅ ରୁଚିସ୍ମିତା ପାଳ ବାପଘର ଆସି ଘର ସାମ୍ନାରେ
ଛିଡା ହୋଇଥିବା ବେଳେ ଜଣେ ଯୁବକ ମୁହଁରେ ଧଳା ରୁମାଲ ବାନ୍ଧି ରୁଚିସ୍ମିତା ପାଖକୁ ଆସି ଠିକଣା ପଚାରିବା ବାହାନା କରି ବେକରୁ ରାଣୀହାର ଏବଂ ଏକ ମଙ୍ଗଳସୁତ୍ର ଛିଣ୍ଡାଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ରୁଚିସ୍ମିତା ଲୁଟେରା ଯୁବକଙ୍କ ଗୋଡକୁ ଧରିରଖି ପାଟି କରିଥିଲେ। ମାତ୍ର ଲୁଟେରା ଯୁବକ ଧକ୍କା ମାରି ଦୌଡି ପଳାଇଥିଲା । ଖସି ପଳାଇବା ସମୟରେ ଲୁଟେରାର ଦୁଇଟି ପାଦଚପଲ ଘଟଣାସ୍ଥଳରେ ରହିଯାଇଥିବା ଦେଖିବାକୁ ମିଳିଛି । କିଛି ଦୂରରେ ଷ୍ଟାର୍ଟରେ ରଖି ନାଲି ରଙ୍ଗର ପଲସରରେ ବସିଥିବା ସହଯୋଗୀ ଲୁଟେରା ଯୁବକ ସହ ଦୁଇଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ ବୋଲି ପିଡ଼ିତା ଏବଂ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ରୁଚିସ୍ମିତା ସହିତ ଉକ୍ତ ଯୁବକର ଠେଲାପେଲା ସମୟରେ ଅଳ୍ପ ଦୂରରେ ଗାଁର କିଛି ସ୍ତ୍ରୀ ଲୋକମାନେ ବସି ପତ୍ର କାମ କରୁଥିଲେ । କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ଏକ ନାଲି ରଙ୍ଗ ପଲସର ବାଇକରେ ବସି ଖସିପଳାଇଥିଲେ । ପରେ ରୁଚିସ୍ମିତା ମୋରଡା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏନେଇ ମୋରଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ରୁଚିସ୍ମିତାଙ୍କ ଶାଶୁଘର ଖୁରୁଣ୍ଟିଆ ବୋଲି ଜଣାପଡିଛି । ଲୁଟ ହୋଇଥିବା ରାଣୀହାର ଏବଂ ମଙ୍ଗଳସୁତ୍ରର ବଜାର ମୂଲ୍ୟ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଅପରପକ୍ଷରେ ଦୁଇଦିନ ତଳେ ମୋରଡା ବ୍ଲକ ଅଧିନ ଘାସିଡିହି ଠାରେ ଛିନତାୟୀ ହୋଇଥିବା ବେଳେ ଆଜି ପୁଣି ଛିନତାୟୀ ଭଳି ଖବର ପ୍ରଚାରିତ ହେବାପରେ ସାଧାରଣ ଲୋକେ ଭୟଭୀତ ହୋଇପଡିଛନ୍ତି । ଅନ୍ୟପଟେ ସ୍ଥାନୀୟ ପୋଲିସ ‘ଆମ ପୋଲିସ ସମିତି’ ପାଇଁ ସଭ୍ୟ ଚୟନରେ ବ୍ୟକ୍ତିତ୍ୱ ଚିହ୍ନଟରେ ପାରଦର୍ଶିତା ଦେଖାଇବାରେ ବିଫଳ ହୋଇଥିବା ବେଳେ ଲୁଟେରାଙ୍କୁ ଚିହ୍ନଟ କରି ଧରିବାରେ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି।

 

Leave a Comment

Read More