ଏଣିକି ଅବିବାହିତ ଝିଅ ପିତାମାତାଙ୍କ ଠାରୁ ଦାବି କରିପାରିବ ବିବାହ ଖର୍ଚ୍ଚ । ଝିଅ ଠାରୁ ଏଭଳି ଅଧିକାର ଛଡ଼େଇ ନିଆଯାଇ ପାରିବ ନାହିଁ , ଏଭଳି ଏକ ରାୟ ଶୁଣାଇଛି ହାଇକୋର୍ଟ , ଅବିବାହିତ ଝିଅର ସମସ୍ତ ଖର୍ଚ୍ଚ ଉଠେଇବାକୁ ବାପା ବାଧ୍ୟ,
ଜଣେ ଅବିବାହିତ ଝିଅ ନିଜ ବାପା ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ବାବଦ ଅର୍ଥ ମାଗି ପାରିବେ। ଏହା ସେମାନଙ୍କ ଆଇନଗତ ଅଧିକାର ବୋଲି କୋର୍ଟ କହିଛନ୍ତି। ହିନ୍ଦୁ ଆଡପସନ ଓ ମେଣ୍ଟନାନ୍ସ ଆକ୍ଟ ୧୯୫୬ ଅନୁଯାୟୀ ଅବିବାହିତ ଝିଅଟିଏ ବାହାଘର ଖର୍ଚ୍ଚ ଦାବି କରିପାରିବେ ବୋଲି ରାୟ ଦେଇଛନ୍ତି କେରଳ ହାଇକୋର୍ଟ। ସେ ଯେକୌଣସି ଧର୍ମ ର ହେଉଥାଉ ନା କାହିଁକି ବାପାଙ୍କ ଠାରୁ ଯୁକ୍ତି ଯୁକ୍ତ ଵିଵାଦ ଖର୍ଚ୍ଚ ପାଇବାର ଅଧିକାର ସବୁ ଝିଅଙ୍କ ର ଅଛି , ଦୁଇ ଖ୍ରୀଷ୍ଟିଆନ ଝିଅ ଏହି ମାମଲାରେ କୋର୍ଟରେ ଅଭିଯୋଗ ଆଣିଥିଲେ ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅନିଲ କେ ନରେନ୍ଦ୍ରନ ଏଭଳି ପନ୍ଥା ଆଜମାଇଛନ୍ତି , ତେବେ ବାପାଙ୍କ ର ଅସ୍ତଆଵର ସମ୍ପତିରୁ ଵିଵାହ ଖର୍ଚ୍ଚ ପାଇବାର ଅଧିକାର ଅଛି ବୋଲି ପ୍ରଶ୍ନ କରିଥିଲେ ଖ୍ରୀଷ୍ଟିଆନ ଯୁବତୀ , ଏହି ଅଭିଯୋଗ ଆଣିବା ପରେ କୋର୍ଟ କହିଥିଲା ଯେ ସବୁ ଅବିବାହିତ ଝିଅ ବାପାଙ୍କ ଠାରୁ ଯୁକ୍ତି ଯୁକ୍ତ ଵିଵାଦ ଖର୍ଚ୍ଚ ପାଇବାର ଅଧିକାର ରଖନ୍ତି।
ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।









