Search
Close this search box.

ଵଢିଵ କାଳବୈଶାଖୀ ଛେଚିଵ ବର୍ଷା

ତାତିରୁ ମିଳିଛି ସାମାନ୍ୟ ଆସ୍ଵସ୍ତି ଆଜିଠୁ ବଦଳିଵ ପାଗ ଅସହ୍ୟ ଖରାରୁ ମୁକ୍ତି । ଆସନ୍ତା 3 ଦିନ ମଧ୍ୟରେ ତାପମାତ୍ରା 4 ରୁ 3 ଡିଗ୍ରୀ କମିବ ବୋଲି ସୂଚନା ଦେଇଛି ପାଣି ପାଗ ବିଭାଗ , ଆଜି କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ମେଘୁଆ ପାଗ ଦୃଶ୍ୟମାନ ହୋଇଥିଲା ଯାହାକୁ ଦେଖି ପ୍ରବଳ ଖୁସି ଅଛନ୍ତି ଲୋକେ , 21 ରୁ 23 ତାରିଖରେ କାଳବୈଶାଖୀ ର ପ୍ରଭାବ ରହିବ ବୋଲି ସୂଚନା ଦେଇଛି ପାଣି ପାଗ ,କିଛି ଜାଗାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ,

 

ଆଜି ସକାଳୁ କିଛି କିଛି ସ୍ଥାନରେ ବର୍ଷା ର ପ୍ରଭାବ ମଧ୍ୟ ଅନୁଭବ କରିଛନ୍ତି ଲୋକେ , ଏହା ସହ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଡିଂ ମଧ୍ୟ ଜାରି କରାଯାଇଛି , ତେବେ ସେହି ଜିଲ୍ଲା ଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ରାୟଗଡ଼, କନ୍ଧମାଳ, ଅନୁଗୋଳ, ଖୋର୍ଦ୍ଧା, ପୁରୀ , ଢେଙ୍କାନାଳ, କଟକ , ଜଗତସିଂହପୁର, ଯାଯପୁର , କେନ୍ଦ୍ରାପଡ଼ା , ଭଦ୍ରକ, ବାଲେଶ୍ଵର ,
ତେବେ ଆଗାମୀ 3 ରୁ 4 ଦିନ ମଧ୍ୟରେ କାଳ ବୈଶାଖୀ ବଢିବାର ସମ୍ଭାବନା ରହିଛି , ବ୍ୟୁରୋ ରିପୋର୍ଟ ଜନସ୍ବର ଓଡ଼ିଶା

 

Leave a Comment

Read More