Search
Close this search box.

ପର୍କିଙ୍ଗ ବ୍ୟବସ୍ଥା ନଥିବାରୁ ରାସ୍ତାରେ ଛିଡା ହୋଇଥିବା ବସ କୁ ଧକା ଦେଲା କାର

କରଞ୍ଜିଆ ସହର ସ୍ଥିତ ମାଣିକ ଛକ ନିକଟରେ ଆଜି ରାତି ପ୍ରାୟ ୯ ଘଟିକା ସମୟରେ ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସକୁ ଏକ କାର ଧକ୍କା ଦେବା ଫଳରେ ୩ ଜଣ ଆହତ ହୋଇ କରଞ୍ଜିଆ ମେଡ଼ିକାଲ ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ପ୍ରତ୍ୟକ୍ଷଦର୍ଶିଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ ଯାହାର ନମ୍ବର OD-11A-0089 ଯାହାକି କରଞ୍ଜିଆ ରୁ ଭୁବନେଶ୍ୱର ଯିବା ପୂର୍ବରୁ ମାଣିକ ଛକ ନିକଟରେ ଛିଡା କରି ରୟାଲ ହୋଟେଲ ରାତ୍ରି ଭୋଜନ କରୁଥିବାବେଳେ ଗୋଲେଇ ପଟୁ ଏକ ଅଲଟ କାର ଯାହାର ନିମ୍ବର OD-11J-7993 ଦୃତଗତିରେ ଆସି ବସ କୁ ଧକ୍କା ଦେଇଥିଲା । ଯାହା ଫଳରେ ଦୁର୍ଘଟଣାରେ କାର ରେ ବସିଥିବା ୩ ଜଣ ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ କରଞ୍ଜିଆ ମେଡିକାଲ ପଠାଇଛି ଏବଂ କାର ଟିକୁ ଜବଦ କରି ଏହାର ତଦନ୍ତ ଆରମ୍ଭ କରିଛି ।ତେବେ କରଞ୍ଜିଆରେ ବିଭିନ୍ନ ହୋଟେଲର କୌଣସି ପାର୍କିଂର ବ୍ୟବସ୍ଥା ନଥିବାରୁ ଏଠାରେ ଦିନ ଏବଂ ରାତ୍ରି ସମୟରେ ଆସୁଥିବା ଲୋକ ମାନେ ଯାନବାହାନ ଗୁଡିକ ରାସ୍ତା ଉପରେ ରଖିବା ହେତୁ ବାରମ୍ବାର ଟ୍ରାଫିକ ସମସ୍ୟା ହେବା ସହିତ ଦୃଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଥାଏ | ଏବଂ ଏହି ରାସ୍ତାଟି କରଞ୍ଜିଆର ମୁଖ୍ୟ ରାସ୍ତା ହୋଇଥିବା ସହିତ ଡାକ୍ତରଖାନା କୁ ସଂଯୋଗ କରୁଥିବାରୁ ରୋଗୀନେଇ ଆସୁଥିବା ଆମ୍ବୁଲ ଗୁଡିକ ମଧ୍ୟ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାର ଦେଖୁବାକୁ ମିଳିଥାଏ | ହୋଟେଲ ମାନଙ୍କରେ ରାତ୍ରି କାଳୀନ ବସ ଗୁଡିକ ଖାଇବା ପାଇଁ ରହୁଥିବା ବେଳେ ବିଭିନ୍ନ ଜାଗାରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ହୋଟେଲ ରେ କୌଣସି ପ୍ରକାର ସୁବିଧା ନାହିଁ କୌଣସି ହୋଟେଲ ରେ ସଚ୍ଚାଳୟର ସୁବିଧା ନାହିଁ ଯାହାଫଳରେ ରେ ମହିଳା ମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି |ତେବେ କୌଣସି ପ୍ରକାର ଯଦି ଏହା ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହିତ ହୋଟେଲ ମାଲିକ ମାନଙ୍କୁ ପାର୍କିଂ ର ବ୍ୟବସ୍ଥା କରିବା ପାଇଁ କୁହାଯାନ୍ତା ତାହେଲେ ଏପରି ଦୃଘଟଣା ଏବଂ ଟ୍ରାଫିକ ସମସ୍ୟା ଦୂର ହୋଇ ପାରନ୍ତା ବଲି ସାଧାରଣ ରେ ଚର୍ଚ୍ଚା ଯର ଧରିଛି ତେବେ ପ୍ରଶାସନ ଏପରି ହୋଟେଲ ଗୁଡିକ ପାଇଁ କଣ ପଦକ୍ଷେପ ନଉଛନ୍ତି ତାହା ଉପରେ ଆମର ନଜର ରହିବ |

 

Leave a Comment

Read More