ଗତ ମାର୍ଚ୍ଚ ମାସ ୧୬ ତାରିଖ ରାତିରେ ଯଶିପୁର ଥାନା ଧବାଡିହା ନିକଟରେ ଥିବା ଏଟିମ ରୁ ୨୬ ଲକ୍ଷ ୮୧ ହଜାର ଟଙ୍କା ଅଜଣା ଦୁର୍ବୁତ୍ତ ନେଇ ଫେରାଇ ହେଇ ଯାଇଥିଲେ । ଏହି ଘଟଣା କୁ ଯଶିପୁର ପୋଲିସ ଗୁରୁତ୍ୱ ଦେଇ ଅନ୍ତର ରାଜ୍ୟ ଡକାୟତି ଗ୍ୟାଙ୍ଗ ର ପର୍ଦାଫାସ କରିଛି । ଏଥିରେ ୭ ଜଣ ସଂପୃକ୍ତି ଥିବା ବେଳେ ଦୁଇ ଜଣ କୁ ଗିରଫ କରିବା ରେ ସଫଳ ହେଇଛି ଯଶିପୁର ପୋଲିସ । ୨୭.୩.୨୩ ରେ ବିହାର ପାଟଣା ରୁ ସଲୁ ଆଲାମ ନାମକ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ ହେଇଥିବା ବେଳେ । ପୁଣି ରାଜସ୍ଥାନ ରୁ ଆସଲାମ ମଳିକ ନାମକ ଜଣେ ବ୍ୟକ୍ତି ଗିରଫକୁ ଆଜି କରଞ୍ଜିଆ କୋର୍ଟ ଚାଲାଣ କରାଯାଇଛି । ଏମାନେ ବିଭିନ୍ନ ରାଜ୍ୟରେ ଅପରାଧୀ ମାମଲାରେ ସମ୍ପୃକ୍ତି ରହିଛି । ଏମାନେ ରାଜସ୍ଥାନ ,ହରିଆନା, ଉତ୍ତର ପ୍ରେଦେଶ, ବିହାର, ଓଡ଼ିଶା ରେ ଆକ୍ଟିଭ ଅଛନ୍ତି ।









